Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ଜାମଗାଁ ୧୬ ପ୍ରହରୀ ଅଖଣ୍ଡ ନାମଯଜ୍ଞ ଉଦଯାପିତ

ଝାରସୁଗୁଡା ୮/୫ (ଓଡ଼ିଶା ନ୍ୟୁଜ)ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ଅନ୍ତର୍ଗତ ଜାମଗାଁ ଗ୍ରାମରେ ଅନୁଷ୍ଠିତ ୧୬ ପ୍ରହରୀ ଅଖଣ୍ଡ ନାମଯଜ୍ଞ ମଙ୍ଗଳବାର ଦିନ ଭକ୍ତିମୟ ପରିବେଶ ମଧ୍ୟରେ ଉଦଯାପିତ ହୋଇ ଯାଇଛି । ଶନିବାର ସନ୍ଧ୍ୟା ଗୋଧୂଳି ସମୟରେ କଳସ ଯାତ୍ରା ଓ ଶୁଭ ଅଧିବାସ ପୂଜା ହୋଇଥିବା ବେଳେ ରବିବାର ସକାଳ ୯ ଟା ସମୟରୁ ଅଖଣ୍ଡ ନାମ ଜପନ ଆରମ୍ଭ ହୋଇ ଆଜି ପୂର୍ବାହ୍ନ ୧୧ଟା ରେ ହୋମ,ଘୃତଆହୁତି, ମଙ୍ଗଳ ଆଳତି, ପୂର୍ଣ୍ଣାହୁତି ସହ ନାମ ସମାପନ ହୋଇଥିବା ବେଳେ ସନ୍ଧ୍ୟାରେ ନଗର ଭ୍ରମଣ, ଦଧିଭାଣ୍ଡ ଭଞ୍ଜନ ଓ ମହା ପ୍ରସାଦ ସେବନ ପରେ ଭକ୍ତିମୟ ପରିବେଶ ମଧ୍ୟରେ ନାମଯଜ୍ଞ ଉଦଯାପିତ ହୋଇଥିଲା । ଏଥିରେ ଜାମଗାଁ ଜମିଦାର ବଂଶଜ ଗୋପୀନାଥ ସାଏ ଓ ପତ୍ନୀ ପ୍ରବୀଣା ସାଏ ଯଜ୍ଞକର୍ତ୍ତା ଦାୟିତ୍ୱ ନିର୍ବାହ କରିଥିବା ବେଳେ ବିକ୍ରମ ଡନସନା, ସଂଜୀବ ପଧାନ, ନରେନ୍ଦ୍ର ପଧାନ, ଯଦୁମଣି ସାହୁ, ଦୁଳେନ୍ଦ୍ର ପଧାନ, ପର୍ଶୁ ସିଦାର ଷଡ଼ ବୈଷ୍ଣବ ଭାବେ ପରିଚାଳନାରେ ସହଯୋଗ କରିଥିଲେ । ପଣ୍ଡିତ କିଶୋର ଚନ୍ଦ୍ର ଦାସ ଓ ପଣ୍ଡିତ ଓମ ପ୍ରକାଶ ପଣ୍ଡା ପୂଜାର୍ଚ୍ଚନା, ହୋମଯଜ୍ଞ ଆଦି କାର୍ଯ୍ୟ ସମ୍ପାଦନ କରିଥିଲେ । ଉକ୍ତ ନାମଯଜ୍ଞରେ କୁଡ଼ାବଗା, କୁମର, ଲଛିପାଲି, କୁରେମାଲ,କଦମଡିହି ଓ ରେଙ୍କୁଲି ସଂକୀର୍ତ୍ତନ ମଣ୍ଡଳୀ ଯୋଗଦେଇ ନଗର ଭ୍ରମଣ କରିଥିଲେ ।
ଏହି ଅବସରରେ ପୂର୍ବତନ ବାଚସ୍ପତି କିଶୋର ଚନ୍ଦ୍ର ପଟେଲ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଅକ୍ଷୟ ସାହୁ,ଜିଲ୍ଲା ପରିଷଦ ସଭ୍ୟ ସନତ କୁମାର ସିଂହ, ଅତାବିରା ସରପଞ୍ଚ ସଞ୍ଜିତ ପଧାନ, ପଞ୍ଚଗାଁ ସରପଞ୍ଚ ମୁକେଶ ବାରିକ,ଭିକମପାଲି ସରପଞ୍ଚ ପଦ୍ମିନୀ ସାହୁ, ସମରବଗା ସରପଞ୍ଚ ଲିଲିମା ବାରିକ, କଦମଡିହି ସରପଞ୍ଚ ତରୁଲତା ବାରିକ,ବାଘମୁଣ୍ଡା ସରପଞ୍ଚ ସୁନିମା ପଧାନ ,ସୁନାରୀ ସରପଞ୍ଚ ନନ୍ଦିନୀ ସାହୁ,ପଣ୍ଡରୀ ସରପଞ୍ଚ ସୁବାସିନୀ ସାହୁ, ଲଖନପୁର ସରପଞ୍ଚ ଆରତୀ ପଧାନ ଓ ରେମଣ୍ଡା ସରପଞ୍ଚ ସୁଶାନ୍ତ ନାଏକ ଆସି ଯଜ୍ଞରେ ଯୋଗଦାନ କରିଥିଲେ । ଆଖପାଖ ଗ୍ରାମ ମାନଙ୍କ ରୁ ବହୁ ଲୋକଙ୍କ ସମାଗମ ହୋଇଥିଲା ଏବଂ ସମସ୍ତ ପାଇଁ ଅନ୍ନ ପ୍ରସାଦ ର ବ୍ୟବସ୍ଥା କରା ଯାଇଥିଲା । ଜାମଗାଁ ନାମଯଜ୍ଞ ପରିଚାଳନା କମିଟିର ସଦସ୍ୟ ମାନଙ୍କ ମଧ୍ୟରେ ଲମ୍ବୋଦର ବଢ଼େଇ, ନିରଞ୍ଜନ ସାହୁ, ତହସିଲ ପଧାନ, ଶନିଶ୍ଚର ପଧାନ,ଖତୁ ସା, ରାଜେଶ ସିଂହ, ବିପିନ ନାଏକ, ଅକ୍ଷୟ ସିଂହ, ନାରେନ ସାଏ,ହେମନ୍ତ ସାହୁ, କିଶୋର ଧରେଇ, ଜୟ ନାଏକ, ସୁରେଶ ପଧାନ,ମୋତିଲାଲ ବଗାର, ସନାତନ ପଧାନ, ଗୌର ଚନ୍ଦ୍ର ଧୁରୁଆ, ଅକ୍ଷୟ ସା, କେଶବ ମାଝୀ,ଶ୍ରୀକାନ୍ତ ସିଦାରଙ୍କ ସମେତ ସମସ୍ତ ଗ୍ରାମବାସୀ ବିଭିନ୍ନ ଦାୟିତ୍ୱ ସୁଚାରୁ ରୁପେ ତୁଲାଇ ଥିଲେ ।

More Stories