ଉଫୁଳା ଗାଁ ର ସୁବ୍ରତ ଦଣ୍ଡସେନା ଦାଦନ ଖଟିବାକୁ ଯାଇ ନିଖୋଜ


ବୀରମହାରାଜପୁର : (ସୌମୀତ୍ରି ମେହେର)
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ନିକଟସ୍ଥ ଉଫୁଳା ଗ୍ରାମର ସୁବ୍ରତ ଦଣ୍ଡସେନା (28 ବର୍ଷ) ତାମିଲନାଡୁ ଦାଦନ ଶ୍ରମିକ ଭାବେ କାମ କରିବାକୁ ଯାଇ ନିଖୋଜ ଥିବା ଅଭିଯୋଗ ହୋଇଛି I ସେ ଟ୍ରେନ୍ ରୁ ଖସି ପଡିଥିବା ତାଙ୍କ ସ୍ତ୍ରୀ ଓ ଶାଶୁ କହୁଥିବା ବେଳେ ଏଥିରେ ଦାଦନ ଦଲାଲଙ୍କ ଭୂମିକା କୁ ନେଇ ସନ୍ଦେହ ପ୍ରକାଶ ପାଇଛି l ଅଭିଯୋଗ ଅନୁଯାୟୀ ସୁବ୍ରତ ଗତ 2 ତାରିଖ ରେ ସ୍ତ୍ରୀ ରଞ୍ଜିତା ଶାଶୁ କଳ୍ପନା ସହ ଏକ ଶିଶୁ କୁ ଧରି ମଧ୍ୟସ୍ଥି ଙ୍କ ସହ ତାମିଲନାଡୁ ଯାଉଥିଲେ l ମା ଝିଅ ଙ୍କ କହିବାନୁସାରେ ଦୁଇ ତାରିଖରେ ସେମାନେ ବଲାଙ୍ଗୀର ରୁ ଟିଟିଲାଗଡ଼ ଦେଇ ଟ୍ରେନ୍ ଯୋଗେ ତାମିଲନାଡୁ ଯାଉଥିଲେ I ରାତି 8 ଟା ସମୟରେ ଦୁର୍ବାଦ ଷ୍ଟେସନ ପରେ ସୁବ୍ରତ ଶୌଚାଳୟ କୁ ଯାଇଥିବା ବେଳେ ସେଠାରେ ପ୍ରବଳ ଭିଡ଼ ଯୋଗୁଁ ଟ୍ରେନ ତଳକୁ ଖସି ପଡିଥିଲେ I ଅନ୍ୟ ମାନଙ୍କ ଠାରୁ ଏ କଥା ଶୁଣିବା ପରେ ଚେନ୍ ଟାଣି ଟ୍ରେନ୍ ଅଟକାଇବା ବେଳକୁ ପ୍ରାୟ 8 କି ମି ଦୂରରେ ଯାଇ ଅଟକି ଥିଲା I ସେଠାରେ ବହୁ ଖୋଜାଖୋଜି କଲା ପରେ ମଧ୍ୟ ସୁବ୍ରତ ର କୌଣସି ଖବର ମିଳି ନ ଥିଲା I ପରେ ଦାଦନ ଦଲାଲ କଳ୍ପନା ଓ ରଞ୍ଜିତା କୁ ଉଫୁଳା ଆଗରୁ କାନପୁର ଛକରେ ଓହ୍ଲାଇ ଫେରି ଯାଇଥିଲା I ଅପରପକ୍ଷରେ ସୁବ୍ରତ ଙ୍କ ପରିବାର ଲୋକଙ୍କ କହିବା ଅନୁସାରେ ଦମ୍ପତି ଙ୍କ ମଧ୍ୟରେ ମଝିରେ ମଝିରେ କଲି ଝଗଡ଼ା ହେଉଥିଲା I ସୁବତ୍ର ଜଣେ ଚାଳlକ ଚତୁର ପିଲା ହୋଇଥିବା ବେଳେ ଟ୍ରେନ୍ ରୁ ଖସିପଡ଼ିବା ସନ୍ଦେହ ଘେରରେ ରହିଛି I ସେମାନେ ଦଲାଲ ଙ୍କ ଘର ବିନିକା ଥାନା କଉଡିଆ ମୁଣ୍ଡା କୁ ଯାଇଥିଲେ ସୁଦ୍ଧା କୌଣସି ଖବର ପାଇ ନଥିବା କୁହନ୍ତି l ଘଟଣା ସମ୍ପର୍କରେ ବୀରମହାରାଜପୁର ଥାନାରେ ଜଣାଇଥିଲେ ସୁଦ୍ଧା କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନ ଥିବା ବେଳେ ତୁରନ୍ତ ପ୍ରାଶାସନିକ ସ୍ତରରେ ଏହାର ନିରପେକ୍ଷ ତଦନ୍ତ କରିବାକୁ ସାଧାରଣ ରେ ଦାବି ହୁଏ l