Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ସ୍ତ୍ରୀ ଓ ଝିଅକୁ ଗୁଳି ମାରିବା ପରେ ନିଜକୁ ସୁଟ୍ କଲେ ସ୍ବାମୀ

ଝାରସୁଗୁଡ଼ା: ଝାରସୁଗୁଡ଼ାରେ ଘଟିଛି ଏକ ଲୋମହର୍ଷଣକାରୀ ଘଟଣା । ସ୍ତ୍ରୀ ଓ ଝିଅକୁ ଗୁଳିମାରି ହତ୍ୟା କରିବା ପରେ ନିଜକୁ ସୁଟ କରିଛନ୍ତି ଜଣେ ବ୍ୟକ୍ତି । ଘଟଣା ଝାରସୁଗୁଡ଼ାର ଳଖନପୁର ବାଣୀପାହାଡ଼ ନିକଟରେ । ଘଟଣାରେ ସ୍ବାମୀ, ସ୍ତ୍ରୀ ଓ ୧୨ ବର୍ଷ ଝିଅର ମୃତ୍ୟୁ ଘଟିଛି । ସମସ୍ତଙ୍କ ମୁଣ୍ଡରେ ଗୁଳି ବାଜିଛି ।
ଆଜି ସକାଳେ ଖେଳ ପଡ଼ିଆରେ ଥିବା କାରରୁ ୩ ଜଣଙ୍କ ଗୁଳିବିନ୍ଧ ମୃତଦେହ ଉଦ୍ଧାର କରାଯାଇଥିଲା । କାର୍‌ ଭିତରେ ୩ ଜଣ ରକ୍ତାକ୍ତ ଅବସ୍ଥାରେ ପଡ଼ିଥିବା ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ । ପୋଲିସ କାର୍ ଡୋର୍ ଲକ୍ ଭାଙ୍ଗି ମୃତଦେହକୁ ଉଦ୍ଧାର କରିଥିଲା ।
ବ୍ୟକ୍ତି ଜଣଙ୍କ ପ୍ରଥମେ ମାଆ ଓ ଝିଅକୁ ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ପୋଲିସ ଓ ସାଇଣ୍ଟିଫିକ୍‌ ଟିମ୍ ଘଟଣାର ତଦନ୍ତ କରୁଛନ୍ତି । କାହିଁକି ବ୍ୟକ୍ତି ଜଣଙ୍କ ଏପରି କଲେ ତାର କାରଣ ଜଣାପଡ଼ିନାହିଁ । ପୁଲିସ ଘଟଣାର ତଦନ୍ତ କରୁଛି ।