ସାପ କାମୁଡାରେ ପୁଅ ମୃତ ଏବଂ ପାଟିରେ ବିଷ କାଢିବାକୁ ଯାଇ ବାପା ଗୁରୁତର


ବୀରମହାରାଜପୁର : (ସୌମିତ୍ରି ମେହେର )
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ନିକଟସ୍ଥ ହିଲୁଙ୍ଗ ଗ୍ରାମରେ ଗୁରୁବାର ସାପ କାମୁଡାରେ ଏକ ତିନି ବର୍ଷ ର ଶିଶୁ ର ମୃତ୍ଯୁ ହୋଇଥିବା ବେଳେ ପୁଅକୁ ବଞ୍ଚାଇବାକୁ ଯାଇ ସାପ ଦଂଶନ ସ୍ଥାନରୁ ପାଟିରେ ବିଷ ବାହାର କରିବାକୁ ଚେଷ୍ଟା କରି ତାର ବାପା ଗୁରୁତର ହୋଇଛନ୍ତି l ତାଙ୍କୁ ସୁବର୍ଣ୍ଣ ପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି l ମୃତ ଶିଶୁ ଟି ହେଲା ଶାନ୍ତି କେରା ଙ୍କ ପୁଅ ସାଗର ବୋଲି ଜଣାପଡିଛି I ପ୍ରକାଶ ଯେ ଉଲୁଣ୍ଡା ବ୍ଲକ ଗ ଏ ଏଲ୍ ଗୁଡି ଗ୍ରାମର ଶାନ୍ତି କେରା ହିଲୁଙ୍ଗ ଗାଁ ରେ ରହୁଥିଲେ I ପୁଅ ସାଗର ସକାଳେ ଘର ସିଡି ତଳେ ଖେଳୁଥିବା ଅବସ୍ଥାରେ ଏକ ନାଗ ସାପ ତାକୁ କାମୁଡି ଦେଇଥିଲା I ପୁଅର ଚିତ୍କାର ଶୁଣି ଶାନ୍ତି ପାଖକୁ ଆସିବାରୁ ସାପଟି ବାହାରକୁ ଚାଲି ଯାଇଥିଲା l ତେବେ ପୁଅକୁ ବଞ୍ଚାଇବାକୁ ଯାଇ ସାପ କାମୁଡି ଥିବା ସ୍ଥାନରୁ ଶାନ୍ତି ପାଟିରେ ବିଷ ବାହାର କରିବାକୁ ଉଦ୍ୟମ କରି ଅସୁସ୍ଥ ହୋଇପଡିଥିଲେ I ଗ୍ରାମର ଲୋକେ ତୁରନ୍ତ ଉଭୟଙ୍କୁ ବୀରମହାରାଜପୁର ଉପଖଣ୍ଡ ଡାକ୍ତରଖାନାକୁ ନେଇଥିଲେ I ସେଠାରେ ଡ଼ାକ୍ତର ସାଗର କୁ ମୃତ ଘୋଷଣା କରିଥିଲେ l ଶାନ୍ତି କେରା ଙ୍କ ଅଧିକ ଚିକିତ୍ସା ପାଇଁ ଜିଲ୍ଲା ସଦରମହକୁମା ଚିକିତ୍ସାଳୟ କୁ ସ୍ଥାନାନ୍ତରିତ କରାଯାଇଥିଲା I