Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ଶୀତଳ ଷଷ୍ଠୀ ଯାତ୍ରା ଓ ଶଗଡେଶ୍ବର ମହୋତ୍ସବ ବାବା ଶଗଡେଶ୍ବର ଓ ମାତା ପାର୍ବତୀଙ୍କ ଥାଳ ଉଠିଲା ( ଫଟୋ)

ଜମନକିରା : ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ଡିମିରୀମୁଣ୍ଡ ପଂଚାୟତ ଶୁକ୍ରବାର ଦିନ ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଆସନ୍ତା ଜୁନ ୧୦ ଓ ୧୧ରେ ହେବାକୁ ଥିବା ୧୦ ତମ ଶୀତଳ ଷଷ୍ଠୀ ଯାତ୍ରା ଓ ଶଗଡେଶ୍ବର ମହୋତ୍ସବ ୨୦୨୪ ପାଇଁ ବାବା ଶଗଡେଶ୍ବର ଓ ମାତା ପାର୍ବତୀଙ୍କ ଥାଳ ଉଠିଲା। ଚଳିତ ବର୍ଷ ମାତା ପାର୍ବତୀଙ୍କ ମାତା ପିତା ଭାବରେ ରଞ୍ଜିତ ପଟେଲ ଓ ତାଙ୍କ ଧର୍ମପତ୍ନୀ ସବିତା ପଟେଲ କୁଚିଣ୍ଡା (ମୂଳବାସିନ୍ଦା ରେଙ୍ଗଲୋଇ) ଏବଂ ବାବା ଶଗଡେଶ୍ବରଙ୍କ ପିତାମାତା ଭାବରେ ଡିମିରିମୁଣ୍ଡା ସରପଞ୍ଚ ପ୍ରହଲ୍ଲାଦ ଧୁରୁଆ ଓ ତାଙ୍କ ଧର୍ମପତ୍ନୀ ଯ୍ୟୋତିମଞ୍ଜରି ଧୂରୁଆ ପୂଜା କାର୍ଯ୍ୟ ସମ୍ପାଦନ କରିଥିଲେ। ଏହି ମାଙ୍ଗଳିକ କାର୍ଯ୍ୟକୁ ପୂଜକ ନିତ୍ୟାନନ୍ଦ ମିଶ୍ର ପୂଜା ପୌରହିତ୍ୟ କରିଥିବା ବେଳେ ଶୀତଳ ଷଷ୍ଠୀ ଯାତ୍ରା କମିଟିର ସଭାପତି ନୃପଲାଲ ପଲେଇ, ମନ୍ଦିର ପରିଚାଳନା କମିଟିର ସଭାପତି ରୁଦ୍ରନାରାୟଣ ବେହେରା, ସୁମନ୍ତ ବେହେରା, ରତନଲାଲ ସିଂ, ଚିତ୍ତରଞ୍ଜନ ଶର୍ମା, ତରଣୀରଞ୍ଜନ ଶର୍ମା, ଗଣେଶ ଗୁପ୍ତା, ଶଶିଭୂଷଣ ବଢ଼େଇ, ସଞ୍ଜୟ ମହlକୁଳ, ସଞ୍ଜୀବ ପଣ୍ଡା, ନରେନ୍ଦ୍ର ପଲେଇ, ହିତେଶ ପଲେଇ, କରୁଣାକର ମାଝୀ, ରବୀନ୍ଦ୍ର ପଲେଇ, ସନ୍ତୋଷ ଠାକୁର, କୁବେର ଠାକୁର, ଅମରନାଥ ପଲେଇ, ସୁରଥ ନାୟକ, ବାବୁନି ମହାନ୍ତି, ସଂଜିତ୍ ପ୍ରଧାନ, ରଞ୍ଜନ ପଣ୍ଡା, ଗଗନ ପଣ୍ଡା ପ୍ରମୁଖ ପୂଜାକାର୍ଯ୍ୟରେ ସହଯୋଗ କରିଥିଲେ। ଶେଷରେ ଶୀତଳଷଷ୍ଠୀ ଯାତ୍ରା ଓ ମହୋତ୍ସବ କମିଟିର ସଂଯୋଜକ ମଳୟ ବେହେରା ଉତ୍ସବକୁ ସଫଳ ରୁପାୟନ କରିବାପାଇଁ ଅଞ୍ଚଳବାସୀଙ୍କ ସହଯୋଗ କାମନା କରିଥିଲେ।