Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ସମଲେଶ୍ୱରୀ ନର୍ସିଙ୍ଗ କଲେଜରେ ସେବିକା ଦିବସ ପାଳିତ

ଜମନକିରା : ସମ୍ବଲପୁର ଜିଲ୍ଲା କୁଚିଣ୍ଡାସ୍ଥିତ ସମଲେଶ୍ୱରୀ ନର୍ସିଙ୍ଗ କଲେଜରେ ଅନୁଷ୍ଠାନର ସଭାପତି ସୁବାସ ଚନ୍ଦ୍ର ନାୟକଙ୍କ ସଭାପତିତ୍ୱରେ ସମାରୋହ ପାଳିତ ହୋଇ ଯାଇଛି। ପ୍ରଥମେ ଅନୁଷ୍ଠାନର ନିର୍ଦେଶକ ପୂର୍ବତନ ବିଧାୟକ ବୃନ୍ଦାବନ ମାଝୀ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଉତ୍ସବରେ ମୁଖ୍ୟଅତିଥି ଭାବରେ ଏସଡିଏମଓ ଡ଼ା.ସୁବୋଧ କୁମାର ନାୟକ ଯୋଗ ଦେଇ ନର୍ସ ମାନେ ଉତ୍ସର୍ଗୀକୃତ ଭାବେ ରୋଗୀ ସେବା କରିବାକୁ ପରାମର୍ଶ ଦେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଡ଼ା. ଶରତ ଚନ୍ଦ୍ର ଗୌନ୍ତିଆ, ଡ଼ା. ସତ୍ୟପ୍ରକାଶ ଦୋରା, ବରିଷ୍ଠ ନର୍ସ ନିନା ପଟେଲ, ପ୍ରଦୀପ୍ତ କୁମାର ଦାସ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଫ୍ଲୋରେନ୍ସ ନାଇଟିଙ୍ଗଲ ଓ ଭାରତରତ୍ନ ମଦର ଟେରେସାଙ୍କ ଉତ୍ସର୍ଗୀକୃତ ସେବା ଉପର ବକ୍ତବ୍ୟ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମକୁ କଲେଜର ପ୍ରଶାସନିକ ଅଧିକାରୀ ରଶ୍ମିକାନ୍ତ ସାମଲ ସଂଯୋଜନା କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଅଧ୍ୟକ୍ଷା ଶୀଲକି ମହାକୁଳ, ଅଧ୍ୟାପିକା ଶାଳୀନା ପଟେଲ ଓ ଅଧ୍ୟାପକ ଅଙ୍କନ ପୃସେଠ ପ୍ରମୁଖ ମଞ୍ଚସିନ ଥିଲେ। ଅତିଥିଗଣ ପ୍ରଥମେ ଫ୍ଲୋରେନ୍ସ ନାଇଟିଙ୍ଗେଲ ଓ ମଦର ଟେରେସା ଙ୍କ ତୈଳଚ୍ଚିତ୍ର ପୁଷ୍ପଲ୍ୟ ଓ ଦୀପ ଦାନ କରି ଉତ୍ସବକୁ ଉଦଘାଟନ କରିଥିଲେ। କୃତି ପ୍ରତିଯୋଗୀ ଙ୍କୁ ଅତିଥି ଗଣ ପୁରସ୍କୃତ କରିଥିଲେ। ଛାତ୍ରୀ ବର୍ଷା ନାଏକ ଓ ଉର୍ମିଳା କିସାନଙ୍କ ସଂଯୋଜନାରେ ଛାତ୍ରୀ ଗଣ ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।ଶେଷରେ ଉପସଭାପତି ରମେଶ ପଧାନ ଧନ୍ୟବାଦ ଅର୍ପଣ କରିଥିଲେ।