Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ବିଜେଡିକୁ ସମର୍ଥନ ଘୋଷଣା କଲେ କେନ୍ଦୁପତ୍ର ତୋଳାଳି ଓ କର୍ମଚାରୀ

ପଦମପୁର: ବିଜେଡିକୁ କେନ୍ଦୁପତ୍ର ତୋଳାଳି ଓ କର୍ମାଚନାରୀ ମହାସଂଘର ସମର୍ଥନ । ପଦମପୁରଠାରେ ଆୟୋଜିତ ବିଶାଳ ସମାବେଶରେ ବିଜେଡିକୁ ସମର୍ଥନ ଘୋଷଣା କଲେ ରାଜ୍ଯର ସମସ୍ତ କେନ୍ଦୁପତ୍ର ତୋଳାଳି ଓ କର୍ମଚାରୀ । ନବୀନ ସରକାର କାର୍ଯ୍ୟଦିବସ ବୃଦ୍ଧି କରିବା ସହ ଦୁଇଗୁଣା ବୋନସ ପ୍ରଦାନ, ତୋଳାଳି ଓ କର୍ମଚାରୀଙ୍କ ବୟସ ୬୨ ବର୍ଷକୁ ବୃଦ୍ଧି ଓ ଝିଅ ବାହାଘର ନିମନ୍ତେ ୫୦ ହଜାର ଟଙ୍କା ଏବଂ ସାଇକେଲ ଦେଉଛନ୍ତି । ତେଣୁ କେନ୍ଦୁପତ୍ର ତୋଳାଳି ଓ କର୍ମାଚରୀ ବିଜେଡିକୁ ସମର୍ଥନ ଦେବାକୁ ଘୋଷଣା କରିଛି ।
କେନ୍ଦ୍ରର ବିଜେପି ସରକାର ୧୮ ପ୍ରତିଶତ ଜିଏସଟି ନେଉଥିବାବେଳେ ରାଜ୍ଯ ସରକାର ସହାୟତା ପ୍ରଦାନ କରୁଛନ୍ତି । ଏଥିପାଇଁ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ, 5T ଅଧ୍ଯକ୍ଷ ଭିକେ ପାଣ୍ଡିଆନ ଓ ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କୁ ସମସ୍ତେ କୃତଜ୍ଞତା ଜଣାଇବା ସହ ବିଜେଡି ପ୍ରାର୍ଥୀଙ୍କୁ ବିଜୟୀ କରିବାକୁ ସଂକଳ୍ପ ନେଇଛନ୍ତି । ଏହାଛଡ଼ା ଜିଏସଟି ପ୍ରତ୍ଯାହାର ନକଲେ ଆଗକୁ କେନ୍ଦ୍ର ବିରୋଧରେ ଆନ୍ଦୋଳନକୁ ଓହ୍ଲାଇବାକୁ ଚେତାବନୀ ଦେଇଛି ମହାସଂଘ ।
ସମାବେଶରେ ୧୦ ହଜାରରୁ ଅଧିକ କେନ୍ଦୁପତ୍ର ତୋଳାଳି ଓ କର୍ମଚାରୀ ଯୋଗଦେଇ ପଦମପୁର ବିଜେଡି ବିଧାୟକ ପ୍ରାର୍ଥୀ ବର୍ଷା ସିଂ ବରିହାଙ୍କୁ ବିଜୟୀ କରିବାକୁ ଶପଥ ନେଇଥିଲେ । ସମାବେଶରେ ବିଧାୟିକା ପ୍ରାର୍ଥୀ ବର୍ଷା ସିଂ ବରିହାଙ୍କ ସହ ଅନ୍ୟମାନେ ଯୋଗ ଦେଇଥିଲେ ।