Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବେଆଇନ ପାଉଁଶ ପରିବହନ ହେଉଥିବା ବେଳେ ଦୁର୍ଘଟଣା।

ସମ୍ବଲପୁର ଜିଲ୍ଲା ରେଙ୍ଗାଲି ଥାନା ଅନ୍ତର୍ଗତ ସମ୍ବଲପୁର ରାଉରକେଲା ବିଜୁ ଏକ୍ସପ୍ରେସ ୱେ ରେ ବେଆଇନ ପାଉଁଶ ପରିବହନ ହେଉଥିବା ବେଳେ ଏକ ହାଇୱା ଦୁର୍ଘଟଣା ହୋଇଛି। ସୂଚନାଯୋଗ୍ୟ ଝାରସୁଗୁଡ଼ା ଜିଲ୍ଲା ବେଦାନ୍ତ ଆଲୁମିନିୟମ କାରଖାନା ରୁ ପ୍ରତିଦିନ ବହୁ ହାଇୱା ଗାଡ଼ି ରେ ପାଉଁଶ ଲୋଡ଼ିଁ ହୋଇ ରେଙ୍ଗାଲି ଅଞ୍ଚଳ ର ବିଭିନ୍ନ ସ୍ଥାନରେ ବେଆଇନ ଭବରେ ପକାଯାଉଛି। ଗତକାଲି ରାତିରେ ଏପରି ଏକ ହଇୱା ରେ ପାଉଁଶ ପରିବହନ ହେଉଥିବା ବେଳେ ଦୁର୍ଘଟଣା ଘଟିଛି। ଏକ ହାଇୱା ବେଦାନ୍ତ ଆଲୁମିନିୟମ କାରଖାନା ରୁ ପାଉଁଶ ବୋଝେଇ କରି ରେଙ୍ଗାଲି ଅଞ୍ଚଳରେ ବେଆଇନ ଭାବେ ଡମ୍ପିଁ କରିବା ପାଇଁ ଆସିଥିବା ବେଳେ ଅନ୍ୟ ଏକ ଟ୍ରକ ଶହ ଧକ୍କା ହୋଇଥିଲା। ବେଦାନ୍ତ କାରଖାନା ରୁ ବାହାରୁ ଥିବା ପାଉଁଶ ଗୁଡ଼ିକୁ କମ୍ପାନୀ ପ୍ରଶାସନ କୁ ହାତ କରି ରେଙ୍ଗାଲି ଅଞ୍ଚଳରେ ବିଭିନ୍ନ ସ୍ଥାନରେ ବେଆଇନ ଭାବେ ଡମ୍ପିଂ କରୁଛି। ସାମାନ୍ୟ ଟିକେ ପବନ ହେଲେ ପୁରା ରେଙ୍ଗାଲି ପାଉଁଶ ଧୂଳି ରେ ଆଚ୍ଛାଦିତ ହୋଇଯାଇଛି। ବେଦାନ୍ତ ରୁ ପାଉଁଶ ନେଇ ହାଇୱା ଗୁଡ଼ିକ ଆଣିଲା ସମୟରେ ରାସ୍ତା କଡ଼ରେ ମଧ୍ୟ ଡ଼ମ୍ପିଂ କରିଦେଇଛନ୍ତି। ଫଳରେ ରାସ୍ତା ରେ ଯାଉଥିବା ଗାଡ଼ି, ବାଇକ ଚାଳକ ଙ୍କୁ ଗାଡ଼ି ଚଳିବାରେ ବହୂ ଅସୁବିଧା ହେଉଛି। ରାସ୍ତା ରେ ପାଉଁଶ ପଡ଼ି ଥିବାରୁ ଗାଡ଼ି ଚାଲକ ମାନେ ଦୁର୍ଘଟଣାର ଶିକାର ହେଉଛନ୍ତି। କେଉଁ ଓ କାହା ସାହସ ରେ ହାଇୱା ଚାଲକ ମାନେ ବେଆଇନ ପାଉଁଶ ଡମ୍ପିଂ କରୁଛନ୍ତି ତାହା ଏବେ ଲୋକଙ୍କ ମନରେ ପ୍ରଶ୍ନ ସୃଷ୍ଟି କରୁଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ