Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଓଡ଼ିଶା ଆସୁଛନ୍ତି AICC ସଭାପତି ଖଡଗେ, କନ୍ଧମାଳ ମହାସମାବେଶରେ ହେବେ ସାମିଲ

ଭୁବନେଶ୍ବର: ସାଧାରଣ ନିର୍ବାଚନ ଓଡ଼ିଶାରେ ମାହୋଲକୁ ଉଷ୍ଣ କରିଛି । ଜାତୀୟ ନେତାଙ୍କ ଘନ ଘନ ପ୍ରଚାର ଓଡ଼ିଶାରେ ଚର୍ଚ୍ଚାରେ ରହିଛି । କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଗତକାଲି ଓଡ଼ିଶାରେ ନିର୍ବାଚନୀ ପ୍ରଚାର କରିବା ସହ କେନ୍ଦ୍ର ସରକାରଙ୍କୁ କଟୁ ସମାଲୋଚନା କରିଥିଲେ । ଆଜି ଓଡ଼ିଶା ଆସୁଛନ୍ତି AICC ସଭାପତି ମଲିକାର୍ଜୁନ ଖଡ଼ଗେ । କନ୍ଧମାଳ ଗସ୍ତରେ ଆସି କଂଗ୍ରେସ ମହାସମାବେଶରେ ଯୋଗଦେବେ।
ଅପରାହ୍ନରେ ମଲିକାର୍ଜୁନ ଖଡ଼ଗେ ଫୁଲବାଣୀରେ ପହଞ୍ଚିବା ପରେ ସ୍ଥାନୀୟ କରୋନେସନ ପଡ଼ିଆରେ ଆୟୋଜିତ କଂଗ୍ରେସ ମହାସମାବେଶରେ ଯୋଗ ଦେବେ । ସେଠାରେ ଜନସାଧାରଣଙ୍କୁ ଉଦବୋଧନ ଦେବେ । ଏନେଇ କନ୍ଧମାଳ ଜିଲ୍ଲା କଂଗ୍ରେସ ସଭାପତି ଚନ୍ଦ୍ରଶେଖର ପରିଡ଼ା ସୂଚନା ଦେଇଛନ୍ତି।
ମଲିକାର୍ଜୁନ ଖଡ଼ଗେଙ୍କ ସହ ତେଲେଙ୍ଗାନାର ଉପମୁଖ୍ୟମନ୍ତ୍ରୀ, ରାଜ୍ୟ ପିସିସି ସଭାପତି ଶରତ ପଟ୍ଟନାୟକ, ପ୍ରଚାର କମିଟି ଅଧ୍ୟକ୍ଷ ଭକ୍ତ ଦାସ ପ୍ରମୁଖ ସମାବେଶରେ ଯୋଗ ଦେବେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ