Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମୁଖ୍ୟମନ୍ତ୍ରୀଙ୍କ ରୋଡ ଶୋ’, ଜାରି ହେଲା ଟ୍ରାଫିକ କଟକଣା

ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ରୋଡ ଶୋ’ । ଏଥିପାଇଁ ଟ୍ରାଫିକ କଟକଣା ଜାରି କରାଯାଇଛି । ଆଜି ଅପରାହ୍ନ ୪ଟା ୩୦ ମିନିଟରୁ ରୋଡ ଶୋ’ ସରିବା ପର୍ଯ୍ୟନ୍ତ ଏହି ଟ୍ରାଫିକ କଟକଣା ଜାରି ରହିବ ।
ଭୁବନେଶ୍ଵର ୟୁନିଟ ୬ ସ୍ଥିତ ଗଙ୍ଗନଗର ଛକଠାରୁ ଏଲଆଇସି ଅଫିସ ଛକ, ଏହାର ବାମ ପାର୍ଶ୍ଵ ରାସ୍ତା ଦେଇ ଗୋପବନ୍ଧୁ ଛକ, ଓୟୁଏଟି ଗେଷ୍ଟ ହାଉସ ଛକରୁ ଡାହାଣ ପାର୍ଶ୍ଵ ରାସ୍ତା ଦେଇ ୟୁନିଟ-୮ ଡିଏଭି ସ୍କୁଲ ଛକ, ଏଚଡିଏଫସି ବ୍ୟାଙ୍କ ଛକରୁ ବାମ ପାର୍ଶ୍ଵ ରାସ୍ତା ଦେଇ ବାଲୁଙ୍କେଶ୍ଵର ମନ୍ଦିର ଛକ, ମମତାଜ ଅଲି ସ୍କୁଲ, ଶ୍ରୀକୃଷ୍ଣ କ୍ଲବରୁ ଡାହାଣ ପାର୍ଶ୍ଵ ରାସ୍ତା ଦେଇ ବେହେରା ସାହି ଛକ, ନିକ୍କୋ ପାର୍କ ଛକ, ବାୟାବାବା ମଠରୁ ବାମ ପାର୍ଶ୍ଵ ରାସ୍ତା ଦେଇ ରୂପାଲୀ ଛକ ଓ ଏଠାରୁ ୟୁଟର୍ଣ୍ଣ ନେଇ ରାମମନ୍ଦିର ଛକ, ଶ୍ରୀୟା ଛକ, ମାଷ୍ଟର କ୍ୟାଣ୍ଟିନ ଦେଇ ଶିଶୁଭବନ ଛକ ରାସ୍ତା ପର୍ଯ୍ୟନ୍ତ କୌଣସି ପ୍ରକାରର ଯାନବାହାନ ଯିବା ଆସିବା କରିପାରିବ ନାହିଁ । ଏହି ସବୁ ରାସ୍ତା ଗୁଡିକୁ ସଂଯୋଗ କରୁଥିବା ସମସ୍ତ ଗଳି ରାସ୍ତାରୁ କୌଣସି ପ୍ରକାର ଯାନବାହନ ସେହି ରାସ୍ତାକୁ ଯିବାକୁ ଦିଆଯିବ ନାହିଁ । ଏହି ସବୁ ରାସ୍ତାରେ ନଯାଇ ଅନ୍ୟ ରାସ୍ତା ଦେଇ ଯାତାୟାତ କରିବାକୁ କମିଶନରେଟ ପୋଲସି ପକ୍ଷରୁ ଜନସାଧାରଣଙ୍କୁ ଅନୁରୋଧ କରାଯାଇଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ