Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ପ୍ରଧାନମନ୍ତ୍ରୀଙ୍କ ବିପକ୍ଷରେ ନାମାଙ୍କନ ଭରିଥିବା କମେଡିଆନ ଶ୍ୟାମ ରଙ୍ଗୀଲାଙ୍କ ପ୍ରାର୍ଥିପତ୍ର ନାକଚ

ବାରଣାସୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିପକ୍ଷରେ ନାମାଙ୍କନ ଭରିଥିବା କମେଡିଆନ ଶ୍ୟାମ ରଙ୍ଗୀଲାଙ୍କ ପ୍ରାର୍ଥିପତ୍ର ଖାରଜ ହୋଇଯାଇଛି । ଏନେଇ ନିଜେ ଶ୍ୟାମ ରଙ୍ଗୀଲା ସୂଚନା ଦେଇଛନ୍ତି । ଉତ୍ତରପ୍ରଦେଶରର ବାରଣାସୀରୁ ଶ୍ୟାମ ପ୍ରାର୍ଥିପତ୍ର ଦାଖଲ କରିଥିଲେ । ମେ’ ୧୪ ତାରିଖରେ ସ୍ବାଧୀନ ପ୍ରାର୍ଥୀ ଭାବେ ଶ୍ୟାମ ନାମାଙ୍କନ ଭରିଥିଲେ । ଯାଞ୍ଚ ବେଳେ ତାଙ୍କ ପ୍ରାର୍ଥିପତ୍ର ଖାରଜ ହୋଇଯାଇଥିବା ସେ ସୂଚନା ଦେଇଛନ୍ତି । ସେ କହିଛନ୍ତି, ବାରଣାସୀ ଆସନ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ୫୫ ପ୍ରାର୍ଥୀଙ୍କ ମଧ୍ୟରୁ ୩୬ ଜଣ ପ୍ରାର୍ଥୀଙ୍କ ପ୍ରାର୍ଥିପତ୍ର ପ୍ରତ୍ୟାଖ୍ୟାନ କରି ଦିଆଯାଇଛି ।
ପ୍ରାର୍ଥିପତ୍ର ଖାରଜ ହେବା ପରେ କ୍ଷୋଭବ୍ୟକ୍ତ କରିଛନ୍ତି ଶ୍ୟାମ ରଙ୍ଗୀଲା । ସେ ଅଭିଯୋଗ କରି କହିଛନ୍ତି, ଅନ୍ୟାୟ ଭାବେ ମୋ ପ୍ରାର୍ଥିପତ୍ର ଖାରଜ କରିଦିଆଯାଇଛି। ମୋର କାଗଜପତ୍ର ଠିକ୍ ସମୟରେ ଦାଖଲ କରିବାକୁ ବାରଣ କରାଯାଇଛି। ତାଙ୍କ ଅଭିଯୋଗକୁ ଜିଲ୍ଲା ମାଜିଷ୍ଟ୍ରେଟ କୋର୍ଟକୁ ସ୍ଥାନାନ୍ତର କରାଯାଇଛି ।
ଶ୍ୟାମ କହିଛନ୍ତି, ‘ମାଜିଷ୍ଟ୍ରେଟ କୋର୍ଟକୁ ମୋତେ ଏକୁଟିଆ ଡକା ଯାଇଥିଲା, ମୋ ଓକିଲମାନଙ୍କୁ ଭିତରକୁ ଯିବାକୁ ଅନୁମତି ଦିଆଯାଇ ନଥିଲା । ମୋ କାଗଜପତ୍ରରେ କିଛି ତ୍ରୁଟି ଥିବା ଜିଲ୍ଲା ମାଜିଷ୍ଟ୍ରେଟ କହିଛନ୍ତି।’