ଆଜିଠୁ ପୁଣି ଆରମ୍ଭ ହେଲା ସକାଳୁଆ ସ୍କୁଲ; ସକାଳ ୬ଟାରୁ ୧୧ଟା ଯାଏ ଚାଲିବ କ୍ଲାସ


ଭୁବନେଶ୍ବର: ଗତ କିଛିଦିନ ହେବ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲକୁ ବନ୍ଦ ରଖାଯାଇଥିଲା। ତେବେ ଆଜିଠାରୁ ପୁଣି ଥରେ ସ୍ବାଭାବିକ ଭାବେ ସକାଳୁଆ ସ୍କୁଲ୍ ଆରମ୍ଭ ହୋଇଛି । ଆଜି ରାଜ୍ୟର ସମସ୍ତ ସରକାରୀ ବିଦ୍ୟାଳୟ, ବେସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଏବଂ ବେସରକାରୀ ବିଦ୍ୟାଳୟ ଗୁଡ଼ିକରେ ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପାଠପଢ଼ା ସକାଳ ସାଢ଼େ ୬ଟାରୁ ଆରମ୍ଭ ହୋଇଥିବା ବେଳେ ଦିନ ୧୧ଟା ପର୍ଯ୍ୟନ୍ତ ଚାଲିବ ।

ସେହିଭଳି ସମସ୍ତ ଅଙ୍ଗନୱାଡ଼ି କେନ୍ଦ୍ର ମଧ୍ୟ ଆଜିଠୁ ଖୋଲିଛି । ସକାଳ ୭ଟାରୁ ୧୦ଟା ଯାଏ ଚାଲିବ ଅଙ୍ଗନୱାଡ଼ି କେନ୍ଦ୍ର। ତେବେ ଆଗକୁ ଖରାକୁ ଦୃଷ୍ଟିରେ ରଖି ଉଭୟ ଓ ସକୁଲ ଓ ଅଙ୍ଗନବାଡିଗୁଡିକର ସମୟ ପରିବର୍ତ୍ତନ ନେଇ ନିଷ୍ପତ୍ତି ନିଆଯିବ।

ରାଜ୍ୟର ସମସ୍ତ ସ୍କୁଲ ଓ ଅଙ୍ଗନୱାଡ଼ି କେନ୍ଦ୍ରଗୁଡ଼ିକରେ ପାନୀୟ ଜଳ ଓ ଅନ୍ୟାନ୍ୟ ସୁବିଧା ଉପଲବ୍ଧ କରାଇବା ଲାଗି ସରକାର ନିର୍ଦ୍ଦେଶ ଦେଇଛନ୍ତି ।