Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ବିଶାଳ ଦାସଙ୍କୁ ୪ ଘଣ୍ଟା ଘାଣ୍ଟିଲା ଆଇଟି ଟିମ୍

xr:d:DAFWsvF0O4s:136,j:2779539138,t:23013009

ଝାରସୁଗୁଡ଼ା: ରାଜ୍ୟରେ ନିର୍ବାଚନ ମାହୋଲ ସରଗରମ ଥିବା ବେଳେ ଏହାକୁ ଆହୁରି ଉଷ୍ଣ କରିଛି ଆୟକର ବିଭାଗ । ଆଇଟି ଟିମ୍ ବରିଷ୍ଠ ନେତା ସ୍ବର୍ଗତ ନବ ଦାସଙ୍କ ପୁଅ ତଥା ଝାରସୁଗୁଡ଼ା ବିଧାନସଭା ଆସନର ବିଜେଡି ବିଧାୟିକା ପ୍ରାର୍ଥୀ ଦୀପାଳି ଦାସଙ୍କ ଭାଇ ବିଶାଳ ଦାସଙ୍କୁ କରିଛି ଜେରା । ନିର୍ବାଚନ ମାହୋଲ ଭିତରେ ଏହି ଖବର ଏବେ ମୁଖ୍ୟ ଚର୍ଚ୍ଚାର ବିଷୟ ପାଲଟିଛି । ଆଇଟି ଟିମ୍ ବିଶାଳଙ୍କୁ ପ୍ରାୟ ୪ ଘଣ୍ଟା ଧରି ଜେରା କରିଥିବା ଜଣାପଡିଛି ।
ମିଳିଥିବା ସୂଚନା ଅନୁସାରେ, ଗତକାଲି ଆୟକର ବିଭାଗ ବିଶାଳଙ୍କୁ ଝାରସୁଗୁଡ଼ାର ଏକ ଘରୋଇ ହୋଟେଲକୁ ଡାକିଥିଲା । ସେଠାରେ ବିଶାଳଙ୍କୁ ଦୀର୍ଘ ସମୟ ଧରି ଜେରା କରାଯାଇଛି । କେଉଁ କାରଣ ପାଇଁ ଆୟକର ବିଭାଗ ବିଶାଳଙ୍କୁ ଜେରା କରିଥିଲା ? ବିଶାଳ ଟିକସ ଫାଙ୍କି ଥିଲେ କି ନିର୍ବାଚନ ପଇସା କାରବାର କରିଥିଲେ, ତାହା ସ୍ପଷ୍ଟ ହୋଇନାହିଁ ।
ବିଶାଳଙ୍କୁ ଜେରା ବେଳେ ଆୟ କର ବିଭାଗ ହାତରେ କେଉଁ ତଥ୍ୟ ଲାଗିଛି, ତାହା ମଧ୍ୟ ସ୍ପଷ୍ଟ ହୋଇନାହିଁ । ପଚରାଉଚରା ପରେ ଆୟକର ବିଭାଗ ବିଶାଳଙ୍କୁ ଛାଡ଼ି ଦେଇଥିବା ସୂଚନା ମିଳିଛି ।