Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ବିଶାଳଙ୍କ ପିଏଙ୍କ ଘରେ ପଶିଲା ଆଇଟି ଟିମ୍, ଚାଲିଛି ରେଡ

xr:d:DAFWsvF0O4s:136,j:2779539138,t:23013009

ଝାରସୁଗୁଡ଼ା: ଦିବଙ୍ଗତ ନେତା ନବ ଦାସଙ୍କ ପୁଅ ବିଶାଳ ଦାସଙ୍କ ଅଡୁଆ ବଢ଼ିବାରେ ଲାଗିଛି । ନବଙ୍କ ପୁଅ ତଥା ଝାରସୁଗୁଡ଼ାର ବିଜେଡି ବିଧାୟିକା ପ୍ରାର୍ଥିନୀ ଦୀପାଳି ଦାସଙ୍କ ଭାଇ ବିଶାଳଙ୍କ ପିଏଙ୍କ ଘରେ ଆଇକର ବିଭାଗ ଚଢ଼ାଉ କରିଛି । ବିଶାଳଙ୍କ ପିଏ ଆଶିଷ ଦାସଙ୍କ କୋଲାବିରା ଘରେ ରେଡ କରାଯାଇଛି । ଦୁଇ ଜଣିଆ ଆଇଟି ଟିମ୍ ପକ୍ଷରୁ ଏହି ଚଢ଼ାଉ କରାଯାଇଛି । ଗତକାଲି ରାତିରେ ଆୟକର ବିଭାଗ ବିଶାଳଙ୍କୁ ଝାରସୁଗୁଡ଼ାର ଏକ ଘରୋଇ ହୋଟେଲକୁ ଡାକି ୪ ଘଣ୍ଟା ଧରି ଜେରା କରିବା ପରେ ଛାଡ଼ି ଦେଇଥିଲା ।
ଗତକାଲି ବିଶାଳଙ୍କୁ ଜେରା ଓ ଆଜି ତାଙ୍କ ପିଏଙ୍କ ଘରେ ଆୟକର ବିଭାଗର ଚଢ଼ାଉ ଚର୍ଚ୍ଚାର ବିଷୟ ପାଲଟିଛି । ନିର୍ବାଚନ ଚାଲିଥିବା ବେଳେ ବିଜେଡି ପ୍ରାର୍ଥୀଙ୍କ ଭାଇ ଉପରେ ଆୟକର ବିଭାଗର ଆକ୍ସନ ରାଜ୍ୟ ରାଜନୀତିକୁ ଉଷ୍ଣ କରିଛି । ଏହାକୁ ବିଜେଡି ବିରୋଧରେ ନିର୍ବାଚନୀ ଅସ୍ତ୍ର କରିବାକୁ ବି ବିରୋଧୀ ପ୍ରସ୍ତୁତି ଆରମ୍ଭ କରିଦେଲେଣି ।