ବୀରମହାରାଜପୁର : (ସୌମିତ୍ରି ମେହେର)
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଅମରପାଲି-ଗୁଦଗୁଦା ନିର୍ମାଣଧିନ ରାସ୍ତାକୁ କେତେକ ବ୍ୟକ୍ତି ବାଡ ଦେଇ ଅବରୋଧ କରିଥିଲେ l ଫଳରେ 19 ଦିନ ଧରି ଗୁଦଗୁଦା ଗାଁ କୁ ଯିବା ଆସିବା କରିବା ସମ୍ପୂର୍ଣ୍ଣ ବନ୍ଦହୋଇ ଯାଇ ଥିଲା I ଉକ୍ତ ଘଟଣା ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇବାପରେ ପ୍ରଶାସନ ର ଦୃଷ୍ଟିକୁ ଆସିଥିଲା I ଶୁକ୍ରବାର ପୋଲିସ ଉପସ୍ଥିତିରେ ଉକ୍ତ ବlଡ ଖୋଲାଯାଇଛି I ସୂଚନାରୁ ଜଣାଯାଇଛି ଯେ ଅମର ପାଲି ପୂର୍ତ୍ତବିଭାଗ ର ରାସ୍ତାରୁ ଗୁଦଗୁଦା ଗ୍ରାମକୁ ପ୍ରାୟ ଦୁଇ କିମି ରାସ୍ତା କୁ ଦୀର୍ଘ ଦିନ ଧରି ଦାବି ହେବା ପରେ ଏକ ନୂତନ ରାସ୍ତା ନିର୍ମାଣ କରାଯାଉଛି I ରାସ୍ତା ପାଇଁ ପୋଲ ନିର୍ମାଣ ମଧ୍ୟ ଅନ୍ତିମ ପର୍ଯ୍ୟାୟରେ ରହିଛି l ଅମରପାଲି ଗ୍ରାମର କେତେକ ବ୍ୟକ୍ତି ଉକ୍ତ ରାସ୍ତା ମଝିରେ ଏକ ବାଡ ଦେଇ ଅବରୋଧ କରିଥିଲେ I ସେମାନଙ୍କ କହିବା କଥା ଉକ୍ତ ରାସ୍ତା ର କିଛି ଅଂଶ ତାଙ୍କ ରଇତି ଜମି ଅଛି I ଏହା ପୂର୍ବରୁ ମଧ୍ୟ ରାସ୍ତା ଅବରୋଧ କରିଥିଲେ ଏବଂ ସ୍ଥାନୀୟ ତହସିଲଦାର ଙ୍କ ଦ୍ୱାରସ୍ଥ ହୋଇଥିଲେ l ବିଭାଗ ତରଫରୁ ପ୍ରତିଶ୍ରୁତି ଦେଇ ସୁଦ୍ଧା କୌଣସି ସମାଧନ ହୋଇଯାଇଥିବାରୁ ଏହିଭଳି ଘଟଣାର ପୁନରାବୃତ୍ତି ହୋଇଥିଲା l ତେବେ ଶୁକ୍ରବାର ବୀରମହାରାଜପୁର ଥାନା ଅଧିକାରୀ ଶୋଭାକର ସେଠ ଙ୍କ ନିର୍ଦ୍ଦେଶ କ୍ରମେ ହରିହର ଜୋର୍ ଫାଣ୍ଡି ଅଧିକାରୀ ଟିମ ସହ ଘଟଣା ସ୍ଥଳରେ ପହଞ୍ଚି ଗ୍ରାମବାସୀ ଓ ରାସ୍ତା ଅବରୋଧ କରିଥିବା ବ୍ୟକ୍ତି ଙ୍କ ସହିତ ଆଲୋଚନା କରି ଅବରୋଧ ବାଡ କୁ ହଟାଇ ରାସ୍ତା ଚଳାଚଳ ସ୍ଵାଭାବିକ କରିଥିଲେ l