Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ଟ୍ରକ୍ ସହ ୨୪୦୦ ବୋତଲ କଫ ସିରଫ ଜବତ, ଚାଲକ ଓ ମାଲିକ ନାଁରେ ମାମଲା ରୁଜୁ

ଜମନକିରା : ଜମନକିରା ଥାନା ଟିକିଲିପଡ଼ା ଛକ ନିକଟ ରାଜରାସ୍ତା ୫୩ରେ ଆଜି ପୋଲିସକୁ ଏକ ସଫଳତା ମିଳିଛି। ୨୪୦୦ କଫ ସିରଫ ସହ ଟ୍ରକ୍ କୁ ଜବତ କରାଯାଇଥିବା ନେଇ ଥାନା ଅଧିକାରୀ ପଦ୍ମାଳୟା ସାହୁ ପ୍ରକାଶ କରିଛନ୍ତି। ଏଥିସହ ଫେରାର ଥିବା ଚାଲକ ଏବଂ ଟ୍ରକ୍ ମାଲିକ ନାଁରେ ଏକ ମାମଲା ରୁଜୁ କରାଯାଇ ପୋଲିସ ଅଧିକ ତଦନ୍ତ ଜାରି ରଖିଛି।
ପୋଲିସର ସୂଚନା ଅନୁଯାୟୀ, କୌଣସି ସୂତ୍ରରୁ ପୋଲିସ ଖବର ପାଇ ଆଜି ସକାଳେ ଟିକିଲିପଡା ଛକରେ ଚେକିଂ କରୁଥିଲା। ଏହି ସମୟରେ କଲିକତା ରୁ ସମ୍ବଲପୁର ଅଭିମୁଖେ ଆସୁଥିବା ଏକ ଟ୍ରକ୍ ( ଓଆର ୧୫ କ୍ୟୁ ୧୮୭୨) କୁ ପୋଲିସ ଯାଞ୍ଚ କରିଥିଲା। ଏହି ସମୟରେ ଟ୍ରକ୍ ଭିତରେ ୨୦ ପେଟି ରେ ୨୪୦ ବୋତଲ ମିଳିଥିଲା। ଯାଞ୍ଚ ବେଳେ ଟ୍ରକ୍ ଡ଼୍ରାଇଭର ଫେରାର ହୋଇ ଯାଇଥିବା ବେଳେ ପୋଲିସ ଫେରାର ଚାଲକ ଏବଂ ମାଲିକ ନାଁରେ ୧୦୦/୨୪ ( ଏସ ୨୧(ବି) ୨୯/ ଏନଡିପିଏସ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛି। ଟ୍ରକ୍ ଟି ସମ୍ବଲପୁର ଜିଲ୍ଲାର ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।