Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ହେଲିକପ୍ଟର ଦୁର୍ଘଟଣାରେ ଇରାନ ରାଷ୍ଟ୍ରପତିଙ୍କ ମୃତ୍ୟୁ !

ତେହେରାନ: ଆମେରିକାକୁ ଟିକିଏ ଟିକିଏ କଥାରେ ନାଲି ଆଖି ଦେଖାଉ ଥିବା ଓ ଆମେରିକୀୟଙ୍କ ମୁଣ୍ଡବିନ୍ଧା ପାଲଟି ଥିବା ଇରାନ ରାଷ୍ଟ୍ରପତି ଇବ୍ରାହିମ ରାଇସିଙ୍କ ମୃତ୍ୟୁ । ହେଲିକପ୍ଟର ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ଘଟିଥିବା କୁହାଯାଉଛି । ତାଙ୍କ ସହ ବୈଦେଶିକ ମନ୍ତ୍ରୀ ମଧ୍ୟ ପ୍ରାଣ ହରାଇଛନ୍ତି। ଉଭୟଙ୍କ ମୃତ୍ୟୁ ହୋଇଥିବା ଏବଂ ହେଲିକପ୍ଟରର ଭଗ୍ନାବଶେଷ ମିଳିଥିବା ଇରାନ ଗଣମାଧ୍ୟମ ଦାବି କରିଛି ।
ସୂଚନାଯୋଗ୍ୟ, ରବିବାର ଦିନ ପାଖାପାଖି ୩ଟା ସମୟରେ ରଈସିଙ୍କ ହେଲିକପ୍ଟରଟି ଆଜରବାଇଜାନର ଘନ ଓ ପାହାଡ଼ିଆ ଅଞ୍ଚଳରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ହେଲିକପ୍ଟରରେ ବୈଦେଶିକ ମନ୍ତ୍ରୀ ଇବ୍ରାହିମ ରାଇସି ଏବଂ ଅନ୍ୟ ଅଧିକାରୀମାନେ ମଧ୍ୟ ଥିଲେ।