Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ସରିଲା ତୃତୀୟ ପର୍ଯ୍ୟାୟ ମତଦାନ; ନବୀନଙ୍କ ସମେତ ବହୁ ହେବିଓ୍ବେଟ ଦେଲେ ଭୋଟ

ଭୁବନେଶ୍ବର: ଦେଶର ଷଷ୍ଠ ଓ ରାଜ୍ୟର ତୃତୀୟ ପର୍ଯ୍ୟାୟ ମତଦାନ ଆଜି ଶେଷ ହୋଇଛି । ପ୍ରାୟତଃ ଶାନ୍ତି ଶୃଙ୍ଖଳାର ସହ ମତଦାନ ସରିଥିବା ବେଳେ କିଛି ସ୍ଥାନରେ ହିଂସା ଦେଖିବାକୁ ମିଳିଛି । ତେବେ ଏହି ପର୍ଯ୍ୟାୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ବହୁ ହେବିଓ୍ବେଟ ନେତା ନିଜ ମତାଧିକାର ସାବ୍ୟସ୍ତ କରିଛନ୍ତି । ଏମାନଙ୍କ ମଧ୍ୟରେ ଫାଇଭ ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ, ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ, କେନ୍ଦ୍ରାପଡ଼ା ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ଓ ଆହୁରି ଭହୁତ ଅଛନ୍ତି ।
ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର ଏରୋଡ୍ରୋମ୍ ପ୍ରାଇମେରୀ ସ୍କୁଲର ୧୧୪ ନମ୍ବର ବୁଥରେ ଭୋଟ ଦେଇଛନ୍ତି । ଗଣତନ୍ତ୍ରର ଏ ମହାପର୍ବରେ ସମସ୍ତ ଭୋଟର ନିଜ ମତଦାନ ଅଧିକାର ସାବସ୍ତ୍ୟ କରିବାକୁ ସେ ଅପିଲ କରିଥିଲେ । ଖାସ କରି ଯୁବ ଭୋଟର ମାନେ ଭୋଟ ଦେବାକୁ ଆଗେଇ ଆସିବାକୁ ସେ ଆହ୍ୱାନ ଦେଇଥିଲେ । ଭୋଟ ଦେବା ପରେ ରାଜ୍ୟରେ ବିଜେଡି ପୁଣି ସରକାର ଗଢ଼ିବାକୁ ଯାଉଥିବା ନବୀନ ଦମ୍ଭୋକ୍ତି ପ୍ରକାଶ କରିଛନ୍ତି । ସେ କହିଛନ୍ତି, ବିଜେଡି ଉଭୟ ବିଧାନସଭା ଓ ଲୋକସଭା ଆସନରେ ବିପୁଳ ବିଜୟ ହେବ । ପ୍ରଭୁ ଜଗନ୍ନାଥ ଏବଂ ଓଡ଼ିଶାବାସୀଙ୍କ ଆଶୀର୍ବାଦରେ ପୁଣିଥରେ ବିଜୁ ଜନତା ଦଳ ଏକ ସ୍ଥିର ସରକାର ଦେବ । ମୁଖ୍ୟମନ୍ତ୍ରୀଙ୍କୁ ଦେଖିବାକୁ ଉପସ୍ଥିତ ଭୋଟରଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିବା ବେଳେ ସେମାନେ ତାଙ୍କ ସହ ସେଲଫି ବି ନେଇଥିଲେ ।
କେନ୍ଦ୍ରାପଡ଼ା ବିଜେପି ଲୋକସଭା ପ୍ରାର୍ଥୀ ବୈଜୟନ୍ତ ପଣ୍ଡା କହିଥିଲେ, ଆମ ଭାରତ ସମଗ୍ର ଇତିହାସର ସବୁଠୁ ବଡ଼ ମତଦାନ । ତେଣୁ ଭୋଟ ଦେବା କେବଳ ଆମ ଅଧିକାର ନୁହେଁ ଏହା ଆମ କର୍ତ୍ତବ୍ୟ ମଧ୍ୟ । ତେଣୁ କୌଣସି ପ୍ରକାର ପ୍ରଲୋଭନ, ଧମକ ଚମକର ବଶବର୍ତ୍ତୀ ନ ହୋଇ ନିଜ ପସନ୍ଦର ପ୍ରାର୍ଥୀଙ୍କୁ ଭୋଟ ଦିଅନ୍ତୁ ।
ଭୁବନେଶ୍ୱର ବିଜେପି ଲୋକସଭା ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ ଭୋଟ ଦେବା ସହ କହିଥିଲେ, ପୂର୍ବ ଥର ଭୋଟ ହାର କମ୍‌ଥିଲା । ଆଜି ଭୋଟଦାନ ହାର ବେଶ୍‌ ଉତ୍ସାହଜନକ ରହିଛି । ସକାଳୁ ସକାଳୁ ବରିଷ୍ଠ ନାଗରିକ, ମହିଳା, ନୂଆ ଭୋଟର, ଶାରୀରିକ ଅକ୍ଷମ ଭୋଟର ବି ଭୋଟ ଦେବାକୁ ଆଓିଥିଲେ, ଯାହା ଦେଖି ଖୁସି ଲାଗିଲା ।
ପୁରୀ ବିଜେପି ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ର ନିଜ ମତାଧିକାର ସାବ୍ୟସ୍ତ କରିବା ସହ କହିଥିଲେ, ଏକ ସଶକ୍ତ ଭାରତ ଓ ବିକଶିତ ଓଡ଼ିଶା ନିର୍ମାଣ ନିମନ୍ତେ ସମସ୍ତେ ମତଦାନ କରନ୍ତୁ । ଯୁବକଙ୍କଠାରୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତେ ଭୋଟ କେନ୍ଦ୍ରକୁ ଆସନ୍ତୁ । ନିଜ ବିବେକର ପ୍ରୟୋଗ କରି ସଠିକ୍‌ ପ୍ରାର୍ଥୀ ଚୟନ କରନ୍ତୁ ।
କଟକ ବିଜେଡି ଲୋକସଭା ପ୍ରାର୍ଥୀ ସଂତୃପ୍ତ ମିଶ୍ର ଭୋଟ ଦେବା ସହ କହିଥିଲେ, ଯାହାର ମତଦାନର ଅଧିକାର ଅଛି ସମସ୍ତେ ଭୋଟ ଦିଅନ୍ତୁ । ଆଜି ସକାଳୁ ସକାଳୁ ମତଦାନ କେନ୍ଦ୍ରରେ ଭିଡ଼ ଜମିଥିଲା । ଏହା ବେଶ୍‌ ଉତ୍ସାହଜନକ ଓ ଗଣତନ୍ତ୍ର ପାଇଁ ବେଶ୍‌ ଶୁଭ ।
ପୁରୀ କଂଗ୍ରେସ ବିଧାୟକ ପ୍ରାର୍ଥୀ ଉମାବଲ୍ଲଭ ରଥ ନିଜ ବୁଥରେ ଭୋଟ ଦେବା ସହ କହିଥିଲେ, ମତଦାନ ସବୁଠୁ ଅଧିକ ଦାୟିତ୍ୱ ସମ୍ପନ୍ନ କାମ । ଏଥିରେ ସାମାନ୍ୟ ହେଳା କଲେ ଦେଶ, ରାଜ୍ୟ ଭୁଶୁଡ଼ି ପଡ଼ିବ । ତେଣୁ ନିଜ ଅଧିକାର, କର୍ତ୍ତବ୍ୟକୁ ସୁଚାର ରୂପେ ସମ୍ପାଦନ କରିବା ଉଚିତ ।
ରାଜ୍ୟର ବରିଷ୍ଠ ଓ ଉଚ୍ଚପଦସ୍ତ ସରକାରୀ ଅଧିକାରୀ ବି ଆଜି ଭୋଟ୍ ଦେଇଛନ୍ତି । ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା, ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ, ପୂର୍ବତନ ପୁଲିସ ମହାନିର୍ଦ୍ଦେଶକ ସୁନୀଲ ବଂଶଲ ପ୍ରମୁଖ ଧାଡ଼ିରେ ଛିଡ଼ା ହୋଇ ଭୋଟ୍ ଦେଇଛନ୍ତି ।