ଲୋକସଭା ଓ ବିଧାନସଭାରେ ୮୯ରୁ ୮୫ ପ୍ରତିଶତ ଆସନରେ ବିଜେଡି ବିଜୟ ହାସଲ କରିସାରିଛି: ପାଣ୍ଡିଆନ

ଭୁବନେଶ୍ବର: ଚଳିତ ନିର୍ବାଚନରେ ବିଜେଡି ସୁଇପ କରୁଛି । ତୃତୀୟ ପର୍ଯ୍ୟାୟ ସୁଦ୍ଧା ବିଜେଡି ଉଭୟ ଲୋକସଭା ଓ ବିଧାନସଭାରେ ୮୦ରୁ ୮୫ ପ୍ରତିଶତ ଆସନରେ ବିଜୟ ହାସଲ କରିସାରିଛି ବୋଲି କହିଛନ୍ତି 5T ଅଧ୍ୟକ୍ଷ ଭିକେ.. ପାଣ୍ଡିଆନ୍ ।
ସେ କହିଛନ୍ତି, ‘ମହାପ୍ରଭୁ ଜଗନ୍ନାଥ ଓ ଲୋକଙ୍କ ଆଶୀର୍ବାଦରେ ବିଜେଡି ବଡ଼ ବିଜୟ ହାସଲ କରି ସରକାର କରିବ । ତୃତୀୟ ପର୍ଯ୍ୟାୟ ନିର୍ବାଚନ ପରେ ବିଜେଡି ସରକାର ଗଠନ କରି ସାରିଛି । ଭୁବନେଶ୍ୱରରେ ରେକର୍ଡ ପୋଲିଂ ହୋଇଛି । ମଧ୍ୟବିତ୍ତଙ୍କ ପାଇଁ ଯୋଜନା ଓ ଯୁବ ବଜେଟ ଲୋକଙ୍କ ହୃଦୟକୁ ଛୁଇଁଛି । ସବୁଠି ବିଜେଡି ସପକ୍ଷରେ ଜନମତ ରହିଛି । ମୁଖ୍ୟମନ୍ତ୍ରୀଙ୍କ ମଧ୍ୟବିତ୍ତଙ୍କ ପ୍ଲାନ ଯୋଗୁଁ ଭୋଟ ହାର ବଢ଼ିଛି ।’
ସେହିପରି INDIA ସହ ମେଣ୍ଟ ଆଲୋଚନା ସମ୍ପୂର୍ଣ୍ଣ ମିଛ ବୋଲି କହିଛନ୍ତି ପାଣ୍ଡିଆନ୍ । ସେ କହିଛନ୍ତି, ‘ବିଜେପି ମିଛ, ଅପପ୍ରଚାର ଓ କୁମ୍ଭୀର କାନ୍ଦଣା କାନ୍ଦୁଛି । ହେଲେ ଲୋକ ଜାଣିଛନ୍ତି ଯେ, ନବୀନ ପଟ୍ଟନାୟକ ସେମାନଙ୍କ ପାଇଁ କ’ଣ ସବୁ କରିଛନ୍ତି । ସ୍ମୃତି ଇରାନୀ କେବଳ ରାଜନୈତିକ କଥା କହୁଛନ୍ତି । ଦରଦାମ ଉପରେ କହି ପାରିଥାନ୍ତେ । ରୋଜଗାର ଉପରେ କହିବାରେ ସାହସ ନାହିଁ । LPG, ଡାଲି ରେଟ୍ କଥା କହି ପାରିଲେନି । ବିଜେପି କେବଳ ମିଛ କଥା କହୁଛି । ସେମାନେ ଲୋକଙ୍କ ଲାଗି କିଛି ଗ୍ଯାରେଣ୍ଟି ଦେଇନାହାନ୍ତି । ୧୦ ବର୍ଷରେ ଯେଉଁସବୁ କ୍ଷେତ୍ରରେ ବିଫଳ ହୋଇଥିଲେ ତାହାକୁ କଭର କରିବା ଲାଗି ଏବେ ନାଟକବାଜି କରୁଛନ୍ତି ।