Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ସୁବଳୟା ଯୁବକ ନିଖୋଜ ହେବା ଘଟଣା ଥାନାରେ ଜଣାଇଲେ ବିଧବା ମା ସୁବର୍ଣ୍ଣ

ବିରମହlରାଜପୁର : (ସୌମୀତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବିରମହlରାଜପୁର ବ୍ଲକ ଅନ୍ତର୍ଗତ ସୁବଳୟl ଗ୍ରାମର ରାମଚନ୍ଦ୍ର ମେହେର ୨୨ ବର୍ଷୀୟ ଯୁବକ ଘରୁ କୁଆଡେ ପଳାଇ ଯାଇଥିବା ସୁବଳୟl ଥାନାରେ ତାଙ୍କ ମା ସୁବର୍ଣ୍ଣ ମେହେର ଲିଖିତ ଅଭିଯୋଗ କରିଛନ୍ତି l ସୁବର୍ଣ୍ଣ ଙ୍କ ସ୍ୱାମୀ ବହୁ ବର୍ଷ ଆଗରୁ ମୃତ୍ୟୁବରଣ କରିଥିବାବେଳେ ସେ ଜଣେ ଅସହାୟ ବିଧବା ମହିଳା ଏକମାତ୍ର ପୁତ୍ର ରାମଚନ୍ଦ୍ର ଙ୍କ ସହିତ ଜୀବନ ଯାପନ କରୁଥିବା ବେଳେ ଏବେ ରାମଚନ୍ଦ୍ର କୁଆଡେ ଚାଲିଯିବାରୁ ଏକା ହୋଇ ଯାଇଛନ୍ତି।ଉଭୟ ମା ଓ ପୁଅ ସାଢ଼ି ବୁଣା ବୁଣି କରି ଜୀବନ କାଟୁଥିବା ଜଣାଯାଇଛି। ଯଦି କୌଣସି ସହୃଦୟ ବ୍ୟକ୍ତି କୌଣସି ଖବର ପାଇଲେ ଏହି ମୋବାଇଲ ନମ୍ବର ରେ ଜଣାଇବା ପାଇଁ ରାମଚନ୍ଦ୍ର ଙ୍କ ମା ନିବେଦନ କରିଛନ୍ତି 9938581908 । ଏହି ଘଟଣା ଟି ପ୍ରଚାରିତ ହେଲା ପରେ ଅଞ୍ଚଳରେ ଚର୍ଚ୍ଚାର ଜୋର ଧରିଛି I