ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ବଶର୍ମାଙ୍କ ଦୁଇଦିନିଆ ଓଡ଼ିଶା ଗସ୍ତ, ୮ ସ୍ଥାନରେ ବିଜେପି ପାଇଁ ମାଗିବେ ଭୋଟ

ଭୁବନେଶ୍ବର: ନିର୍ବାଚନ ପ୍ରଚାର ପାଇଁ ଆଜି ପୁଣି ଆସୁଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ବଶର୍ମା । ସେ ଦୁଇଦିନିଆ ଓଡ଼ିଶା ଗସ୍ତାରେ ଆସୁଥିବା ବେଳେ ୮ଟି ସ୍ଥାନରେ ଦଳୀୟ ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କ ପାଇଁ କରିବେ ପ୍ରଚାର । ଆଜି ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା ଓ କାକଟପୁରରେ ବିଶ୍ବଶର୍ମାଙ୍କ ପ୍ରଚାର କାର୍ଯ୍ୟକ୍ରମ ରହିଛି । ଆସନ୍ତାକାଲି ରାଇରଙ୍ଗପୁର, ମୋରଡ଼ା, ସୋର ଓ ଜଗତସିଂହପୁରରେ ହିମନ୍ତଙ୍କ ଜନସଭା କାର୍ଯ୍ୟକ୍ରମ ରହିଛି ।
କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ମଧ୍ୟ ଆଜି ବାସୁଦେବପୁର, ବାହାନଗାଠାରେ ଅନୁଷ୍ଠିତ ବିଶାଳ ରୋଡ ଶୋ’ରେ ସାମିଲ ହେବେ। ଆଜି ଏବଂ ଆସନ୍ତାକାଲି କେନ୍ଦ୍ରାପଡ଼ା ଓ ଭଦ୍ରକରେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସଭା ରହିଛି ।