ବୀରମହାରାଜପୁର : (ସୌମିତ୍ରି ମେହେର)
ସୁବର୍ଣ୍ଣପୁର ଜିଲ୍ଲା ମାଟ୍ରିକ ବୋର୍ଡ ପରୀକ୍ଷାରେ ପାସ ହାର 97.11 ପ୍ରତିଶତ ଥିବାବେଳେ ବୀରମହାରାଜପୁର ଉପଖଣ୍ଡ ର ବହୁ ସ୍କୁଲ ରେ ଉତ୍ତୀର୍ଣ୍ଣ ସଫଳତା ଶତ ପ୍ରତିଶତ ରହିବା ପ୍ରଥମ ଥର ଦେଖାଯାଇଛି l ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଅମର ପାଲି ହାଇ ସ୍କୁଲ ର ଛାତ୍ରୀ କୁନ୍ତୀ ସାହୁ 540 ନମ୍ବର ( 90%) ମାର୍କ ରଖି ଏ-1 ଗ୍ରେଡ ପାଇ ବ୍ଲକ ରେ ପ୍ରଥମ ହୋଇଛନ୍ତି I କୁନ୍ତୀଙ୍କ ସଫଳତାରେ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି I ଅମର ପାଲି ହାଇ ସ୍କୁଲ ର ପ୍ରଧାନ ଶିକ୍ଷକ ଉମେଶଚନ୍ଦ୍ର ପଣ୍ଡା ଙ୍କ କହିବା ଅନୁସାରେ କୁନ୍ତୀ ଜଣେ ମେଧାବୀ ଛାତ୍ରୀ ହୋଇଥିବା ବେଳେ ତାଙ୍କ ବ୍ୟବହାର , ସମୟାନୁବର୍ତ୍ତିତା ତଥା ପାଠ ପ୍ରତି ରହିଥିବା ରୁଚି ଯୋଗୁଁ ସେ ନିଜ ସହ ସ୍କୁଲ ପାଇଁ ଗୌରବ ଆଣିଛନ୍ତି I ଜିଲ୍ଲାର 73 ଟି ବିଦ୍ୟାଳୟ ରେ ପାସ ହାର ଶତ ପ୍ରତିଶତ ରହି ଥିବାବେଳେ ତନ୍ମଧ୍ୟରୁ ବୀରମହାରାଜପୁର ବାଳକ ଉଚ୍ଚ ବିଦ୍ୟାଳୟ ଅନ୍ୟତମ I ଠିକ୍ ସେହିପରି ବୀରମହାରାଜପୁର ପଞ୍ଚାୟତ ସମିତି ବାଳିକା ଉଚ୍ଚ ବିଦ୍ୟାଳୟ , ଉଲୁଣ୍ଡା ବ୍ଲକ ର ସରକାରୀ ଉନ୍ନିତ ହାଇସ୍କୁଲ ଯଉରlଭଉରl, ସରକାରୀ ଉନ୍ନିତ ଉଚ୍ଚ ବିଦ୍ୟାଳୟ କେଉଟିପାଲି , ଶ୍ରୀ ଜଗନ୍ନାଥ ଏକାଡେମୀ କୋଟସମଲାଏ , ଶ୍ରୀ ଗୁପ୍ତେଶ୍ଵର ନୋଡ଼ାଲ ହାଇସ୍କୁଲ ସିଣ୍ଢୋଲ , ସତ୍ୟବାଦୀ ବିଦ୍ୟାପୀଠ କଳାପଥର , ଜୟ କିଷାନ ହାଇ ସ୍କୁଲ ହିଁଙ୍ଗମା , ପଞ୍ଚାୟତ ହାଇ ସ୍କୁଲ ନିମ୍ନl , ପରମେଶ୍ଵରୀ ହାଇ ସ୍କୁଲ ବିଶିପଡା , ଉମାଦେବୀ ବିଦ୍ଯାପୀଠ କାଦୋଦର , ଆଞ୍ଚଳିକ ବାଳିକା ଉଚ୍ଚବିଦ୍ୟାଳୟ ଉଲୁଣ୍ଡା , ପଞ୍ଚାୟତ ହାଇ ସ୍କୁଲ ଧର୍ମଶାଳା , ସରକାରୀ ଉନ୍ନୀତ ହାଇ ସ୍କୁଲ ଅଚଣ୍ଡl ପରି ଅନେକ ହାଇସ୍କୁଲ ଅନ୍ତର୍ଭୁକ୍ତ I ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଶତ ପ୍ରତିଶତ ରହିଥିବା ସ୍କୁଲ ମାନଙ୍କ ମଧ୍ୟରେ ରହିଛି ପଞ୍ଚାୟତ ହାଇ ସ୍କୁଲ ଲୁତୁରପଙ୍କ , ସରକାରୀ ଉନ୍ନିତ ହାଇ ସ୍କୁଲ ବଡ଼କିରାସିରା , ରଘୁନାଥ ହାଇସ୍କୁଲ ମୁରଶୁଣ୍ଢୀ , ସରକାରୀ ଉନ୍ନିତ ଉଚ୍ଚ ବିଦ୍ୟାଳୟ କେନ୍ଦୁପାଲି , ସରକାରୀ ଉନ୍ନିତ ହାଇ ସ୍କୁଲ ପିତା ମହୁଲ , ଜଟେସିଂହା ହାଇସ୍କୁଲ , ବାପୁଜୀ ହାଇ ସ୍କୁଲ କମିରା , ରାଧା ମୋହନ ହାଇସ୍କୁଲ ଡୁଲେଶ୍ଵର ଆଦି ଅନ୍ୟତମ l