Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଘର ଆଗରୁ କୁଣ୍ଡା ବୋଝେଇ ମାକ୍ସ ପିକ ଅପ ଭ୍ୟାନ ଚୋରି….ପୋଲିସ ର ସିସି ଟିଭି କାର୍ଯ୍ୟକ୍ଷମ ପାଈଁ ଦାବୀ..

ଲକ୍ଷ୍ମୀପୁର ୨୭/୦୫ .
କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ ରେଲୱେ ଷ୍ଟେସନ ରାସ୍ତା ରେ ରହୁଥିବା ଜଣେ ବ୍ୟବସାୟୀ ଙ୍କ ଘର ଆଗରୁ ଏକ କୁଣ୍ଡା ବୋଝେଇ ପିକ ଅପ ଭ୍ୟାନ ଚୋରି ହୋଇ ଥିବା  ନେଇଁ ଥାନା ରେ ଅଭିଯୋଗ ହୋଇଛି।ଗତ କାଲି ରାତିରେ ବୁଦ୍ଧଦେବ ସାହୁ ନାମକ ବ୍ୟକ୍ତି ନିଜ ମାକ୍ସ ପିକ ଅପ ଭ୍ୟାନ  ଓ ଡି ୧୦ବି ୪୨୯୮ ରେ କୁଣ୍ଡା ଲୋଡ କରି ଆସିବା ପରେ ପେଟ୍ରୋଲ ଟାଙ୍କି ରେ ତେଲ ଭର୍ତି କରି ନିଜ ଘର ସମ୍ମୁଖରେ ରଖି ଥିଲେ। ପାହାନ୍ତିଆ ୩ଟା ସମୟରେ କୁଣ୍ଡା ଲୋଡ ଧରି ନିଜେ ପାର୍ବତୀପୁର ଯାଇଥାନ୍ତେ, କିନ୍ତୁ ପାହାନ୍ତିଆ ରେ ଉଠି ଦେଖିବା ବେଳକୁ ଗାଡ଼ି ଘର ଦାଣ୍ଡରେ ନଥିଲା, ପାହାନ୍ତିଆ ୪ଟା ସମୟରେ ସଙ୍ଗେ ସଙ୍ଗେ ଆସି ଲକ୍ଷ୍ମୀପୁର ଥାନା ରେ ଅଭିଯୋଗ କରିଥିଲେ। ସକାଳୁ ନିକଟସ୍ଥ ପେଟ୍ରୋଲ ପମ୍ପ, ଓ ଅନ୍ୟ ଜଣଙ୍କ ଘର ର ସି ସି ଟିଭିରେ ଦେଖି ଜାଣିବାକୁ ପାଇଥିଲେ ରାତି ଗୋଟାଏ ସମୟରେ ଗାଡ଼ି ଚୋରି ହୋଇଛି। ସିସି ଟିଭି ରେ କାଶୀପୁର ଅଞ୍ଚଳକୁ ଗାଡ଼ି ଯାଇଥିବା ଦେଖିବାକୁ ମିଳିବା ପରେ ଦିନ ତମାମ ପୋଲିସ ସେ ଅଂଚଳ ରେ ରହି ସନ୍ଧାନ ଜାରି ରଖିଛି ।ସି ସି ଟିଭି ଫୁଟେଜ ରେ ତିନୋଟି ମଟର ସାଇକଲ ସେହି ସମୟରେ ବ୍ୟବହାର କରାଯାଇଥିବା  ଜଣା ପଡ଼ିଛି ।ଲକ୍ଷ୍ମୀପୁର ଅଞ୍ଚଳରୁ ଏଇ ଭଳି   ୪ଚକିଆ ଯାନ ଆଜି ପର୍ଯ୍ୟନ୍ତ ଚୋରି ହୋଇ ନଥିବା ବେଳେ  ଗାଡ଼ି କୁ ଉଦ୍ଧାର କରି ଦୁର୍ବୁତ୍ତ କୁ ଧରିବା ପୋଲିସ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ଅଂଚଳ ରେ ପ୍ରାୟ ଅଧିକାଂଶ ଲୋକଙ୍କ ଘର ସମ୍ମୁଖରେ ୨ଚକିଆ ଓ ଚାରି ଚକିଆ ଯାନ ରହୁଥିବା ବେଳେ ଲୋକଙ୍କ ମନ ରେ ଚୋରି କୁ ନେଇଁ ନିଜ ନିଜ ଗାଡ଼ି କୁ କେମିତି ସୁରକ୍ଷିତ ରଖିବେ ଅନେକ ଚିନ୍ତା ପ୍ରକଟ କରିଥିବା ଶୁଣିବାକୁ ମିଳିଛି।ଆଗକୁ ଏହି ଘଟଣାରେ ସଂପୃକ୍ତ ଚୋରଙ୍କୁ ଧରିବାରେ ଲକ୍ଷ୍ମୀପୁର ପୋଲିସ କୁ କେବେ ସଫଳତା ମିଳୁଛି ତାହା ଦେଖିବାକୁ ଅପେକ୍ଷା ।ସେପଟେ ଗତ ଦେଢ଼ ବର୍ଷ ତଳେ ଜିଲ୍ଲା ପୋଲିସ ତରଫରୁ ଲକ୍ଷ୍ମୀପୁର ର ମୁଖ୍ୟ ବଜାର ଠାରୁ ସାଙ୍ଗନା ହାଇସ୍କୁଲ ଓ ରେଲୱେ ଛକ ପର୍ଯ୍ୟନ୍ତ ସିସି ଟିଭି ଲଗାଯାଇଥିଲା, ସିସି ଟିଭି ଲାଗିବା ପରେ ଚୋରି ଠାରୁ ଅସାମାଜିକ କାର୍ଯ୍ୟ କିଛି ମାତ୍ରା ରେ କମିଥିଲା, ନିମ୍ନ ମାନର ସିସି ଟିଭି ଯୋଗୁଁ ତାହା ୬ମାସ ମଧ୍ୟ ଭଲ ଭାବରେ ରହିଲା ନାହିଁ, ବର୍ତ୍ତମାନ ପୁଣି ଅଞ୍ଚଳ ରେ ସିସି ଟିଭି ଲଗାଯିବା ସହ ପୁରୁଣା ସିସି ଟିଭି କୁ ସଜାଡି ବା ସକାଶେ ଦାବୀ କରାଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ