Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ପାଣ୍ଡିଆନଙ୍କୁ କଣ୍ଢେଇ ନଚାଳି କହି ଆକ୍ଷେପ କଲେ ବୈଜୟନ୍ତ; କହିଲେ- ବିଦା କରିବାର ବେଳ ଆସିଯାଇଛି

ଭୁବନେଶ୍ବର: ବିଜେଡି ନେତା ଭି.କେ. ପାଣ୍ଡିଆନଙ୍କୁ କଣ୍ଢେଇ ନଚାଳି କହି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା କେନ୍ଦ୍ରାପଡ଼ା ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡା କଟାକ୍ଷ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପୁଣି ଏକ ‘AI’ ଭିଡିଓକୁ ନେଇ ସମାଲୋଚନା କରିବା ସହ ପାଣ୍ଡିଆନଙ୍କ ନାଁ ନ ନେଇ ବହୁତ ହୋଇଗଲା, କଣ୍ଢେଇ ନଚାଳିଙ୍କୁ ବାଏ ବାଏ କରିବାର ସମୟ ଆସିଯାଇଛି ବୋଲି କହିଛନ୍ତି ।
ସୋଶାଲ୍ ମିଡିଆ ପ୍ଲାଟଫର୍ମ Xରେ ବୈଜୟନ୍ତ ଲେଖିଛନ୍ତି, ସର୍ବସାଧାରଣରେ ଜଣେ ମୁଖ୍ୟମନ୍ତ୍ରୀଙ୍କୁ ଏକ କଣ୍ଢେଇ ନଚାଳି ଯେଉଁ ଭଳି ଭାବେ ଦୁର୍ବ୍ୟବହାର କରିଛି, ପରେ ଆଉ ଏକ AI ପ୍ରସ୍ତୁତ ଡିଫଫେକ୍ ଭିଡିଓ ଜାରି କରାଯାଇ ସବୁ କିଛି ଠିକ୍ ଅଛି ବୋଲି ଦର୍ଶାଇବାକୁ ଉଦ୍ୟମ କରାଯାଇଛି । ଯାହାକୁ ଆଦୌ ଅଣଦେଖା କରାଯାଇପାରିବନି । ମୁଖ୍ୟମନ୍ତ୍ରୀ ନିଜ ତରଫରୁ ଆଦୌ ଏପରି କରିନଥିବେ । ନିଜ ଆକାଂକ୍ଷା ପୂରଣ ପାଇଁ ସେହି କଣ୍ଢେଇ ନଚାଳି ଜଣକ ମୁଖ୍ୟମନ୍ତ୍ରୀଙ୍କୁ ଏଭଳି କହିବା ପାଇଁ କହି ଭୁଲ ରାସ୍ତା ଦେଖାଉଛନ୍ତି ।
ବୈଜୟନ୍ତ ଟ୍ୱିଟ୍‌ରେ ଆହୁରି ଉଲ୍ଲେଖ କରିଛନ୍ତି ଯେ, ଖୋଲା ମଞ୍ଚ ଉପରେ ମୁଖ୍ୟମନ୍ତ୍ରୀଙ୍କୁ ତାଙ୍କ ନଚାଳି ଜଣକ ଶାରିରୀକ ଭାବେ ଦୁର୍ବ୍ୟବହାର ପ୍ରଦର୍ଶନ କରିବା ଏବଂ ତାଙ୍କ ହାତକୁ ଟାଣି ଆଣିବା ଦୃଶ୍ୟକୁ ହଜାର ହଜାର ଲୋକ ଦେଖିଛନ୍ତି । ଏ ଦୃଶ୍ୟକୁ ଅନେକ ଟେଲିଭିଜନ ପରଦାରେ ମଧ୍ୟ ଦେଖିଛନ୍ତି । ଓଡ଼ିଶାରେ କଳାକୁ ଧଳା ଓ ଧଳାକୁ କଳା କହିବାର ବହୁତ ହୋଇଗଲା। ଏଣିକି ଆଉ ନୁହେଁ, ଏବେ କଣ୍ଢେଇ ନଚାଳିଙ୍କୁ ବାଏ, ବାଏ କରିବାର ବେଳ ଆସିଯାଇଛି ।
ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀଙ୍କ ଏକ ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେଉଛି । ଭିଡିଓଟିରେ ନବୀନ ପଟ୍ଟନାୟକ ଭାଷଣ ଦେବା ବେଳେ ତାଙ୍କ ହାତ ଥରୁ ଥିବା ଦେଖିବାକୁ ମିଳୁଛି । ତାଙ୍କ ପାଇଁ ମାଇକ୍‌ ଧରି ଛିଡ଼ା ହୋଇଥିବା ଭି.କେ. ପାଣ୍ଡିଆନ ତାହା ଦେଖିପାରିଛନ୍ତି । ତାଙ୍କ ଭାବଭଙ୍ଗୀ ଦେଖି ଲାଗୁଛି, ସେ ଚାହୁଁଛନ୍ତି ଲୋକେ ଯେମିତି ନବୀନଙ୍କ ଥରୁ ଥିବା ହାତଟିକୁ ନ ଦେଖନ୍ତୁ । ସେଥିପାଇଁ ସେ ନବୀନଙ୍କ ହାତକୁ ଟିକେ ଦେଖୁଛନ୍ତି ଓ ତା’ ପରେ ଲୋକଙ୍କୁ କଣେଇ କଣେଇ ଚାହୁଁଛନ୍ତି । ଆଉ ମଉକା ଦେଖି ନବୀନଙ୍କ ଥରୁ ଥିବା ହାତଟିକୁ ଭିଡ଼ି ନେଉଛନ୍ତି, ଯେମିତି କେହି ନଦେଖିପାରିବେ । କିନ୍ତୁ ସେହି ସମୟରେ କାହା ମୋବାଇଲ ଫୋନ୍ ଅବା କ୍ୟାମେରାରେ ଏସବୁ ରେକର୍ଡ ହୋଇଯାଇଛି ଓ ଭାଇରାଲ ହେଉଛି ।
ଏହି ଭିଡିଓ ଭାଇରାଲ ହେବା ପରେ ଏକ ଭିଡିଓ ବାର୍ତ୍ତା ଜାରି କରିଥିଲେ ମୁଖ୍ୟମନ୍ତ୍ରୀ । ଏଥିରେ ସେ କହିଥିଲେ ଯେ, ତାଙ୍କ ହାତ ସଂପର୍କରେ ବିଜେପି ଜାଣିଶୁଣି ଅଯଥା ପ୍ରସଙ୍ଗ କରୁଛି । ବିଜେପିର ଏହି ପ୍ରସଙ୍ଗ କାମ ଦେବନି ।