Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଆଜି ସରୁଛି ଓଡ଼ିଶାରେ ଶେଷ ପର୍ଯ୍ୟାୟ ମତଦାନ ପାଇଁ ପ୍ରଚାର

ଭୁବନେଶ୍ବର: ଜୁନ ୧ ତାରିଖରେ ଦେଶରେ ସପ୍ତମ ତଥା ଓଡ଼ିଶାରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ । ଏଥିପାଇଁ ଆଜି ସରୁଛି ପ୍ରଚାର । ଶେଷ ଦିନରେ ଭୋଟରଙ୍କୁ ନିଜ ସପକ୍ଷରେ ମନାଇବାକୁ ସବୁ ପ୍ରାର୍ଥୀ ସକାଳୁ ସକାଳୁ ଶେଷ ପ୍ରୟାସ ଆରମ୍ଭ କରି ଦେଇଛନ୍ତି । ଜୁନ ୧ ତାରିଖରେ ରାଜ୍ୟର ୬ ଲୋକସଭା ଓ ଏହା ଅଧୀନରେ ଆସୁଥିବା ୪୨ ବିଧାନସଭା ଆସନ ପାଇଁ ଭୋଟଇଂ ହେବ ।
ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା ଓ ଜଗତସିଂହପୁରରେ ୧ ତାରିଖରେ ଭୋଟିଂ ହେବ । ଏଥିପାଇଁ ଆଜି ସନ୍ଧ୍ୟାରେ ସରିବ ପ୍ରଚାର । ଉପରୋକ୍ତ ଆସନଗୁଡ଼ିକରେ ଚଳିତଥର ବହୁ ହେଭିୱେଟ ମଇଦାନକୁ ଓହ୍ଲାଇଥିବା ବେଳେ ନିର୍ବାଚନ ଜିଣିବା ସେମାନଙ୍କ ପାଇଁ ସମ୍ମାନର ପ୍ରଶ୍ନ ପାଲଟିଛି ।