Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଶେଷ ପର୍ଯ୍ୟାୟ ନିର୍ବାଚନ: ୯୯ ଲକ୍ଷ ୬୧ ହଜାର ଭୋଟର କରିବେ ମତଦାନ ସାବ୍ୟସ୍ତ

ଭୁବନେଶ୍ବର: ଜୁନ ୧ ତାରିଖରେ ଦେଶରେ ସପ୍ତମ ଓ ଓଡ଼ିଶାରେ ଚତୁର୍ଥ ପର୍ଯ୍ୟାନ ମତଦନା । ଏହା ବି ଚଳିତ ସାଧାରଣ ନିର୍ବାଚନର ଶେଷ ପର୍ଯ୍ୟାୟ ମତଦାନ । ଓଡ଼ିଶାରେ ୬ଟି ଲୋକସଭା ଓ ୪୨ଟି ବିଧାନସଭା କ୍ଷେତ୍ରରେ ହେବ ଭୋଟିଂ । ଶେଷ ପର୍ଯ୍ୟାୟ ନିର୍ବାଚନକୁ ନେଇ ତଥ୍ୟ ରଖିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ।
ସେ କହିଛନ୍ତି, ‘ଚତୁର୍ଥ ପର୍ଯାୟରେ ୬ଟି ସଂସଦୀୟ କ୍ଷେତ୍ରର ୪୨ଟି ବିଧାନସଭା କ୍ଷେତ୍ରରେ ହେବ ନିର୍ବାଚନ । ଚତୁର୍ଥ ପର୍ଯାୟରେ ସବୁଠାରୁ ଅଧିକ ଭୋଟର ରହିଛନ୍ତି । ୯୯.୬୧ ଲକ୍ଷ ଭୋଟର ନିଜ ମତଦାନ ସାବ୍ୟସ୍ତ କରିବେ । ପୁରୁଷ ଭୋଟର ୫୦.୮୮ ଲକ୍ଷ, ମହିଳା ଭୋଟର ୪୮.୭୨ ଲକ୍ଷ ରହିଛନ୍ତି । ୧୦ ହଜାର ୮୮୨ଟି ମତଦାନ କେନ୍ଦ୍ର କରାଯାଇଛି ।’
ଆଗକୁ ସେ କହିଛନ୍ତି, ‘୧୪୦୦ ବୁଥ ମହିଳାଙ୍କ ଦ୍ୱାରା ପରିଚାଳିତ ହେବ । ୨୦ ପ୍ରତିଶତ ଆଦର୍ଶ ବୁଥ ରହିଛି । ୭୦ ହଜାରରୁ ଅଧିକ ପୋଲିଂ କର୍ମଚାରୀ ନିୟୋଜିତ ହେବେ । ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ୪୬୦ ଜଣ ପ୍ରାର୍ଥୀ ଅଛନ୍ତି । ୩୯୪ ବିଧାନସଭା ପ୍ରାର୍ଥୀ ଓ ୬୬ ଲୋକସଭା ପ୍ରାର୍ଥୀ ନିଜ ଭାଗ୍ୟ ପରୀକ୍ଷା କରୁଛନ୍ତି ।’
ସୁରକ୍ଷାକୁ ନେଇ ଧଳ କହିଛନ୍ତି, ‘ସୁରକ୍ଷା ପାଇଁ ଭୋଟ କେନ୍ଦ୍ର ନିକଟରେ ୧୨୫ କମ୍ପାନୀ CAPF ମୃତୟନ ହୋଇଛନ୍ତି । ଯାଜପୁରରେ ୨୦, ବାଲେଶ୍ୱରରେ ୨୨, କେନ୍ଦ୍ରାପଡ଼ାରେ ୧୮, ଭଦ୍ରକରେ ୧୬ ଜଗତସିଂହପୁରରେ ୧୨, ମୟୂରଭଞ୍ଜରେ ୧୮, କଟକରେ ୧୨ ଓ ପୁରୀରେ ୭ କମ୍ପାନୀ CAPF ମୁତୟନ କରାଯାଇଛି ।’
PWD ଭୋଟରଙ୍କ ପାଇଁ ନିଃଶୁଳ୍କ ପରିବହନ ବ୍ୟବସ୍ଥା ହୋଇଛି | ପୋଲିଂ ବୁଥକୁ ମୋବାଇଲ ମନା ରହିଛି । ଏଜେଣ୍ଟ ଓ ଭୋଟର ବୁଥକୁ ମୋବାଇଲ ନେଇ ପାରିବେ ନାହିଁ । କେବଳ ପ୍ରିଜାଡିଙ୍ଗ ଅଫିସର ମୋବାଇଲ ନେଇପାରିବେ । ୨୦୧୯ରେ ଏହି ୬ଟି ସଂସଦୀୟ କ୍ଷେତ୍ରରେ ୭୪ ପ୍ରତିଶତ ମତଦାନ ହାର ରହିଥିଲା ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି ।
ଏହାସହ ବୋଲଗଡ଼ର ବୁଥ ଭିତର ସିସିଟିଭି ଭିଡିଓ ଭାଇରାଲ ଘଟଣାରେ ତଦନ୍ତ କରି ରିପୋର୍ଟ ଦେବାକୁ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଇଥିବା ସେ ସୂଚନା ଦେଇଛନ୍ତି ।