Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ମୋଦି ଭାଷଣକୁ ମନମୋହନଙ୍କ ସମାଲୋଚନା; କହିଲେ- ପ୍ରଧାନମନ୍ତ୍ରୀ ପଦର ଗାରିମା କରିଦେଲେ

ନୂଆଦିଲ୍ଲୀ: ମହାନ୍ତା ଗାନ୍ଧୀଙ୍କୁ ନେବି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିବାଦୀୟ ବୟାନକୁ କଟୁ ସମାଲୋଚନା କରିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ । ନିର୍ବାଚନ ସମୟରେ ଭାଷଣ ମାଧ୍ୟମରେ ପ୍ରଧାନମନ୍ତ୍ରୀ ପଦର ମର୍ଯ୍ୟାଦାକୁ ତଳକୁ କରିବାରେ ପ୍ରଥମ ପ୍ରଧାନମନ୍ତ୍ରୀ ହେଉଛନ୍ତି ନରେନ୍ଦ୍ର ମୋଦି ବୋଲି କହିଛନ୍ତି ମନମୋହନ ।
ପଞ୍ଜାବର ଭୋଟରମାନଙ୍କ ଉଦ୍ଦେଶ୍ୟରେ ଏକ ଖୋଲା ଚିଠି ଲେଖି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ କହିଛନ୍ତି, ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟ କିମ୍ବା ବିରୋଧୀଙ୍କୁ ଟାର୍ଗେଟ କରିବା ଉଦ୍ଦେଶ୍ୟରେ ‘ଘୃଣା ତଥା ଅସଂସଦୀୟ ଶବ୍ଦ’ ପୂର୍ଣ୍ଣ ଭାଷଣ ଦେଇ ମୋଦି ପ୍ରଧାନମନ୍ତ୍ରୀ ପଦର ସମ୍ମାନକୁ ତଳେ ପକାଇଛନ୍ତି ।
ଏପ୍ରିଲରେ ରାଜସ୍ଥାନରେ ଅନୁଷ୍ଠିତ ଏକ ରାଲିରେ ପ୍ରଧାନମନ୍ତ୍ରୀ ମୋଦି ଦେଇଥିବା ଭାଷଣ ଉପରେ ପ୍ରତିକ୍ରିୟା ରଖି ଏପରି କହିଛନ୍ତି ମନମୋହନ ସିଂହ । ଭାଷଣ ଦେବା ବେଳେ ମୋଦି କହିଥିଲେ, ଯଦି କଂଗ୍ରେସ କ୍ଷମତାକୁ ଆସେ ତେବେ ଦେଶର ସମ୍ପତ୍ତିକୁ ଯେଉଁମାନଙ୍କର ଅଧିକ ସନ୍ତାନ ଅଛି ସେମାନଙ୍କୁ ବାଣ୍ଟି ଦେବ । ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ମନମୋହନ ସିଂହ କହିଥିବା ଏକ ବକ୍ତବ୍ୟ ‘ଦେଶର ସମ୍ବଳ ଉପରେ ମୁସଲମାନନଙ୍କର ପ୍ରଥମ ଦାବି ରହିଛି’କୁ ଦୋହରାଇଥିଲେ ।
ଜୁନ୍ ୧ରେ ଲୋକସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ପଞ୍ଜାବର ଜନତାଙ୍କୁ ଲେଖିଥିବା ପତ୍ରରେ ମନମୋହନ ସିଂହ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦି ଅତ୍ୟନ୍ତ ଘୃଣାପୂର୍ଣ୍ଣ ଭାଷଣ ଦେଉଛନ୍ତି, ଯାହା ବିଭାଜନକାରୀ ।
୨୦୨୨ ସୁଦ୍ଧା କୃଷକଙ୍କ ଆୟ ଦ୍ୱିଗୁଣିତ କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦି ଦେଇଥିବା ପ୍ରତିଶ୍ରୁତି ଉପରେ ମନମୋହନ ସିଂହ କହିଛନ୍ତି, ତାଙ୍କର ୧୦ ବର୍ଷ କାଳ ମଧ୍ୟରେ ଚାଷୀଙ୍କ ରୋଜଗାର କ୍ଷୟ ହୋଇଯାଇଛି ।
ସେ ଆହୁରି କହିଛନ୍ତି, ‘ବିଗତ ୧୦ ବର୍ଷ ମଧ୍ୟରେ ଦେଶର ଅର୍ଥନୀତିରେ ଅବାଞ୍ଛିତ ଭାବେ ଅସ୍ଥିରତା ଦେଖାଦେଇଛି । ବିମୁଦ୍ରୀକରଣ ବିପର୍ଯ୍ୟୟ, ତ୍ରୁଟିପୂର୍ଣ୍ଣ ଜିଏସଟି ଓ କୋଭିଡ-୧୯ ମହାମାରୀ ସମୟରେ ଯନ୍ତ୍ରଣାଦାୟକ ଅବ୍ୟବସ୍ଥା ଏକ ଦୁଃଖଦ ପରିସ୍ଥିତି ସୃଷ୍ଟି କରିଛି, ଯେଉଁଠାରେ GDP ୬-୭ ପ୍ରତିଶତ ବୃଦ୍ଧିର ଆଶା ଏକ ନୂଆ ସାମାନ୍ୟ କଥା ହୋଇଯାଇଛି ।
୨୦୨୦-୨୧ କୃଷକ ଆନ୍ଦୋଳନକୁ ନେଇ ମଧ୍ୟ ମନମୋହନ ମୋଦିଙ୍କୁ କଟୁ ସମାଲୋଚନା କରିଛନ୍ତି ।