ବୀରମହାରାଜପୁର : (ସୌମିତ୍ରି ମେହେର)
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅମର ପାଲି ସ୍ଥିତ ବିଦ୍ୟୁତ ଟ୍ରାନ୍ସଫର୍ମର ଦୁଇଟି ବିପଦ ସଙ୍କୁଳ ଅବସ୍ଥାରେ ଅସୁରକ୍ଷିତ ଭାବେ ପଡି ରହିଛି I ମୁଖ୍ୟ ରାସ୍ତା କଡରେ ଥିବା ଟ୍ରାନ୍ସଫର୍ମର ଟି ର ଚତୁଃପାର୍ଶ୍ଵରେ ସୁରକ୍ଷାବlଡ ଦିଆ ଯାଇ ନ ଥିବା ବେଳେ ବିପଦ ପୂର୍ଣ୍ଣ ଅବସ୍ଥାରେ ବିଦ୍ୟୁତ ତାର ଝୁଲି ରହିଥିବା ଦେଖାଯାଇଛି l ବହୁ ସମୟରେ ଗାଈଗୋରୁ ଏଠାକୁ ଚରିବାକୁ ଖାଦ୍ୟ ଅନ୍ୱେଷଣରେ ଆସି ବିଦ୍ୟୁତ ଆଘାତରେ ମୃତ୍ୟୁ ମୁଖରେ ପଡୁଥିବା ଗ୍ରାମବାସୀ କୁହନ୍ତି I ଏହାର ଆଖପାଖ ରେ ଅନେକ ଦୋକାନ ବଜାର ରହିଥିବା ଯୋଗୁଁ ସର୍ବଦା ଜନଗହଳି ଲlଗି ରହି ଥିବା ବେଳେ ପାଖଦେଇ ବହୁ ଗାଡି ମୋଟର ଯିବା ଆସିବା କରିଥାଏ I ସେହିପରି ଗ୍ରାମର ପାଣିଟାଙ୍କି ପାଖରେ ରହିଥିବା ବିଦ୍ୟୁତ ଟ୍ରାନ୍ସଫର୍ମର ଟି ମଧ୍ୟ ଅସୁରକ୍ଷିତ ଅବସ୍ଥାରେ ରହିଛି l ଉଭୟରେ ସୁରକ୍ଷା ବlଡ ଦିଆ ଯାଇ ନଥିବାରୁ ସର୍ବଦା ବିପଦ ପୂର୍ଣ୍ଣ ଅବସ୍ଥାରେ ରହିଛି ଏବଂ ଧନ ଜୀବନ ପ୍ରତି ବିପଦ ଦେଖାଦେଇଛି I ଏ ନେଇ ବିଭାଗୀୟ କର୍ତୃପକ୍ଷ ଯଥାଶିଘ୍ର ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି l