Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଦୁଇ ଦିନ ଧରି ଜlଲୋଏ ଗ୍ରାମରେ ବିଜୁଳି କାଟ୍ ଯୋଗୁଁ ଆର୍ଟିଷ୍ଟ ହୋଇ ବିଜୁଳି ଗାଡି କୁ ଅଟକ ରଖିଲେ ଗ୍ରାମବାସୀ

ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ଅନ୍ତର୍ଗତ ଜାଲୋଏ ଗ୍ରାମବାସୀ ଦୁଇଦିନ ହେଲା ଅନ୍ଧାରରେ l ପ୍ରଚଣ୍ଡ ରୌଦ୍ରତାପ ଯୋଗୁଁ ଲୋକେ ଛଟପଟ ହେଉଥିବା ବେଳେ ଦୀର୍ଘ ଦୁଇଦିନ ଧରି ବିଜୁଳି କାଟ ଜାଲୋଏ ଗ୍ରାମବାସୀଙ୍କ ପାଇଁ ବୋଝ ଉପରେ ନଳିତା ବିଡା ସାଜିଛି l ପ୍ରାୟ ୬୦ ବର୍ଷ ହେବ ଜାଲୋଏ ଗ୍ରାମରେ ଏକ ବିଜୁଳି ଟ୍ରାନ୍ସଫର୍ମର ଅବସ୍ଥାପିତ ହୋଇ ଗ୍ରାମବାସୀଙ୍କ ପାଇଁ ବିଜୁଳି ଯୋଗାଇ ଦିଆଯାଉଛି l କିନ୍ତୁ ବଡ଼ ଦୁଃଖର ବିଷୟ ପ୍ରଚଣ୍ଡ ରୌଦ୍ରତାପରେ ଗ୍ରାମବାସୀ ସିଝୁଥିବା ବେଳେ ଗ୍ରାମର ଜଣେ ବ୍ୟକ୍ତି ନିଜ ବ୍ୟକ୍ତିଗତ ଜମିରେ ଟ୍ରାନ୍ସଫର୍ମର ବସିଥିବା ଦାବିକରି ବିଜୁଳି ସଂଯୋଗ କରିବାକୁ ତୀବ୍ର ବିରୋଧ କରୁଛନ୍ତି l ପ୍ରାପ୍ତ ସୂଚନା ଅନୁସାରେ ଜନୈକ ବ୍ୟକ୍ତି ଦୀର୍ଘ ତିନିମାସ ପୂର୍ବରୁ ବୀରମହାରାଜପୁର ବିଜୁଳି ବିଭାଗରେ ଲିଖିତ ଅଭିଯୋଗ କରିଛନ୍ତି l କିନ୍ତୁ ଦୀର୍ଘ ତିନିମାସ ବିତିବା ପରେ ମଧ୍ୟ ବିଜୁଳି ବିଭାଗ କୌଣସି ପଦକ୍ଷେପ ଗ୍ରହଣ କରୁନଥିବାରୁ ଏବଂ ଦୁଇଦିନ ଧରି ବିଜୁଳି ସଂଯୋଗ ସମ୍ପୂର୍ଣ୍ଣ ଭାବରେ ବନ୍ଦ ଥିବାରୁ ଗ୍ରାମବାସୀ ଅତିଷ୍ଠ ହୋଇ ବିଜୁଳି ଗାଡିକୁ ଅଟକ ରଖି ରାସ୍ତାରୋକ କରିଛନ୍ତି l ଏହାର ସମାଧାନ ଅବିଳମ୍ବେ କରାନଗଲେ ଭୟାବହ ପରିସ୍ଥିତି ସୃଷ୍ଟି ହେବ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି l