Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ବୁଥ ଆଗରେ ପତ୍ନୀଙ୍କୁ ହତ୍ୟା କଲା ସ୍ବାମୀ BH

ଭଦ୍ରକ: ନିର୍ବାଚନ ସମୟରେ ଭଦ୍ରକରୁ ଆସିଛି ଏକ ଅଭାବନୀୟ ଘଟଣା । ଭୋଟ ଦେବାକୁ ଯାଇଥିବା ପତ୍ନୀଙ୍କୁ ବୁଥ ଆଗରେ ହତ୍ୟା କରିଛି ସ୍ବାମୀ । ଘଟଣା ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧୀନ କାଉପୁର ପଞ୍ଚାୟତର ମୁକ୍ତାଡ଼ିହି ଗାଁର ୪ ନମ୍ବର ବୁଥ ସାମ୍ନାରେ ଘଟିଛି । ମୃତ ମହିଳାଙ୍କ ନାଁ ରଶ୍ମିରେଖା ବେହେରା । ଅଭିଯୁକ୍ତ ସ୍ୱାମୀଙ୍କ ନାଁ ପ୍ରଭାକର ରାଉତ । ୪ ବର୍ଷ ତଳେ ସେମାନଙ୍କର ବିବାହ ହୋଇଥିଲା । ସେମାନଙ୍କର ୧୮ ମାସର ଏକ ପୁଅ ମଧ୍ୟ ଅଛି ।
ସୂଚନା ଅନୁଯାୟୀ, ରଶ୍ମିରେଖା ଓ ପ୍ରଭାକରଙ୍କ ମଧ୍ୟରେ କୌଣସି କଥାକୁ ନେଇ ଝଗଡ଼ା ହୋଇଥିଲା । ସେଥିପାଇଁ ରଶ୍ମିରେଖା ଜିରାଗମ୍ଭୀର ସ୍ଥିତ ତାଙ୍କ ବାପ ଘରେ ଯାଇ ରହୁଥିଲେ । ଆଜି ସେ ଭୋଟ୍ ଦେବା ପାଇଁ ତାଙ୍କ ଦାଦାଙ୍କ ସହିତ ମୁକ୍ତାଡ଼ିହି ଗାଁର ୪ ନମ୍ବର ବୁଥକୁ ଆସିଥିଲେ । ସେଠାରେ ବୁଥ୍ ସାମ୍ନାରେ ସ୍ୱାମୀ ପ୍ରଭାକର ରାଉତ ତାଙ୍କୁ ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ । ଫଳରେ ରଶ୍ମିଙ୍କ ମୁହଁରେ ଗଭୀର କ୍ଷତ ହୋଇଥିଲା । ତାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନା ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
ଏହି ଘଟଣା ପରେ ବୁଥ୍ ସମ୍ମୁଖରେ କିଛି ସମୟ ପାଇଁ ଉତ୍ତେଜନା ପ୍ରକାଶ ପାଇଥିଲା । ଖବର ପାଇ ପୋଲିସ ଘଟଣାସ୍ଥଳରେ ଯାଞ୍ଚ କରିବା ସହ ଅଭିଯୁକ୍ତ ପ୍ରଭାକରଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି । ପାରିବାରିକ କଳହରୁ ଏହି ଘଟଣା ଘଟିଥିବା ଜଣାପଡ଼ିଛି ।