Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅଜଣା ଗାଡ଼ି ଧକ୍କାରେ ସ୍ବାମୀ ମୃତ ଓ ପତ୍ନୀ ଗୁରୁତର ଆହତ। ଶ୍ୟାମ ମେଟାଲିକ୍ସ ର ପାର୍କିଂ ଯୋଗୁଁ ବାରମ୍ବାର ଦୁର୍ଘଟଣା ଘଟୁଛି।

ସମ୍ବଲପୁର ରାଉରକେଲା ବିଜୁ ଏକ୍ସପ୍ରେସ ୱେ ରେଙ୍ଗାଲି ଥାନା ଅନ୍ତର୍ଗତ ପଣ୍ଡଲୋଇ ଠାରେ ଶନିବାର ଦିନ ପ୍ରାୟ ସକାଳ 7ଟା ସମୟ ରେ ଏକ ଅଜଣା ଗାଡ଼ି ଗୋଟିଏ ବାଇକ କୁ ପଛ ପଟୁ ଧକ୍କା ଦେଇ ଫେରାର ହୋଇଯାଇଥିଲା। ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁ ର ତୁଷାର ରଞ୍ଜନ ପାଣିଗ୍ରାହୀ ଓ ତାଙ୍କ ସ୍ତ୍ରୀ ସୁବ୍ରାନି ପଣ୍ଡା ଓଡି16କେ1075 ବାଇକ ରେ ଦୁଇ ଜଣ ଯାକ ସମ୍ବଲପୁର ଯାଉଥିଲେ। ପଣ୍ଡାଲୋଇ ମିକଟରେ ଏକ ଅଜଣା ଗାଡ଼ି ଦୃତ ଗତିରେ ଧକ୍କା ଦେଇ ଫେରାର ହୋଇଯାଇଥିଲା। ଦୁର୍ଘଟଣା ରେ ତୁଷାର ଙ୍କ ହାତ କଟି ଯିବା ଶହ ଗୁରୁତର ଆହତ ହୋଇଥିଲେ ଏବଂ ଗାଡିରୁ ଛିଟିକି ପଡି ସ୍ତ୍ରୀ ସୁବ୍ରାନି ଛିଟିକି ପଡି ସେ ମଧ୍ୟ ଗୁରୁତର ଆହତ ହୋଇଥିଲେ। ଖବର ପାଇ ରେଙ୍ଗାଲି ପୋଲିସ ଘଟଣା ସ୍ଥଳକୁ ପହଞ୍ଚି ଗୁରୁତର ଆହତ ମାନଙ୍କୁ ଚିକିତ୍ସା ପାଇଁ ପ୍ରଥମେ ବୁର୍ଲା ଡାକ୍ତରଖାନା ପଠାଇଥିଲା। ସେଠାରେ ତୁଷାର ଙ୍କ ମୃତ୍ୟୁ ଘଟିଥିଲା ଏବଂ ତାଙ୍କ ସ୍ତ୍ରୀ ମୃତ୍ୟୁ ଶହ ସଂଗ୍ରାମ କରୁଛନ୍ତି। ପୋଲିସ ଏକ ଦୁର୍ଘଟଣା ମାମଲା ରୁଜୁ କରି ତଦନ୍ତ କରିବା ସହ ଫେରାର ଗାଡ଼ି କୁ ଖୋଜାଖୋଜି କରୁଛନ୍ତି।
ସମ୍ବଲପୁର ରାଉରକେଲା ବିଜୁ ଏକ୍ସପ୍ରେସ ୱେ ପଣ୍ଡଲୋଇ ନିକଟରେ ଥିବା ଶ୍ୟାମ ମେଟାଲିକ୍ସ କାରଖାନା ବିଜୁ ଏକ୍ସପ୍ରେସ ୱେ କୁ ନିଜର ବାପ ର ସମ୍ପତ୍ତି ପରି ବ୍ୟବହାର କରୁଛି। କାରଖାନା କୁ ଆସୁଥିବା ଶହ ଶହ ଟ୍ରକ ବିଜୁ ଏକ୍ସପ୍ରେସ ୱେ ର ଉଭୟ ପଟେ ରାସ୍ତା ରେ ଗାଡ଼ି ପାର୍କିଂ କରୁଛନ୍ତି। ଫଳରେ ରାସ୍ତା ରେ ଯାଉଥିବା ଗାଡ଼ି ଗୁଡ଼ିକ ବହୁ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି। ବହୁ ସମୟରେ ଟ୍ରାଫିକ ସମସ୍ୟା ଦେଖା ଯାଉଛି। ବହୁ ସମୟରେ ଏକ୍ସପ୍ରେସ ୱେ ର ଉଭୟ ପଟେ ଦୁଇ ତିନି କିଲୋମିଟର ପର୍ଯ୍ୟନ୍ତ ଟ୍ରକ୍ ଗୁଡ଼ିକ ଛିଡା ହେଉଥିବାରୁ ଦୁର୍ଘଟଣା ଘଟି ବହୁ ଧନ ଜୀବନ ନଷ୍ଟ ହେଉଛି। ଶ୍ୟାମ ମେଟାଲିକ୍ସ ପ୍ରଶାସନ କୁ ନିଜ ଅଧୀନ ରେ ରଖି ମନ ଇଚ୍ଛା କାମ କରିଚାଲିଛି। ସତେ ଯେମିତି ପ୍ରଶାସନ ର କମ୍ପାନୀ ହେଉଛି ଜୋଇଁ ପୁଅ। କମ୍ପାନୀ ଯେତେ ଅନ୍ୟାୟ କଲେ ମଧ୍ୟ ପ୍ରଶାସନ ପୁରା ଚୁପ ହୋଇ ବସି ରହିଛି। ଆଗକୁ କେତେ ଯେ ଜୀବନ ନେଲା ପରେ ପ୍ରଶାସନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ତାହା ଜାଣିବା ପାଇଁ ଲୋକେ ଚାହୁଁଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ