Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଘାଟିରୁ ଖସିଲା ହଳଦୀ ବୋଝେଇ ଟ୍ରକ; ଡ୍ରାଇଭର ମୃତ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ତପ୍ତପାଣି ଘାଟି ଯୋକରାପଲ୍ଲୀ ନିକଟରେ ଭୟଙ୍କର ଦୁର୍ଘଟଣା । ଘାଟିରୁ ଏକ ହଳଦୀ ବୋଝେଇ ଟ୍ରକ୍ ଖସି ପଡ଼ିବାରୁ ଡ୍ରାଇଭରଙ୍କର ମୃତ୍ୟୁ ଘଟିଛି । ମୃତକଙ୍କ ନାଁ ସୁରେଶ କୁମାର ଗୁରୁ । ତାଙ୍କ ଘର ନୟାଗଡ଼ ଜିଲ୍ଲାର ସରପଡ଼ାରେ ।

ଟ୍ରକ୍‌ଟି ମୋହନା ଅଞ୍ଚଳରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା ବେଳେ ତପ୍ତପାଣି ଘାଟିରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା । କୌଣସି କାରଣରୁ ଟ୍ରକ୍‌ଟି ଘାଟି ତଳକୁ ଖସିପଡ଼ିଥିଲା । ଟ୍ରକ୍‌ ତଳେ ଚାପି ହୋଇ ଡ୍ରାଇଭରଙ୍କ ମୃତ୍ୟୁ ଘଟିଥିଲା । ସାନଖେମୁଣ୍ଡି ଅଗ୍ନିଶମ ବାହିନୀ ପହଞ୍ଚି ଡ୍ରାଇଭର‌ଙ୍କ ଶବ ଉଦ୍ଧାର କରିଥିଲେ ।