Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

କୋଟସମଲେଇ ପ୍ରିମିୟର ଲିଗ୍ କ୍ରିକେଟ ମ୍ୟାଚ ରେ ଉଲୁଣ୍ଡା କୁ ହରାଇ ନlକ୍ ଡେଇଁ ଦଳ ଫାଇନାଲରେ ପ୍ରବେଶ

ବୀରମହାରାଜପୁର : (ସୌମିତ୍ରି ମେହେର)
ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ କୋଟ ସମଲେଇ ଖେଳ ପଡିଆରେ ଚାଲିଥିବା 14 ତମ କୋଟ ସମଲେଇ ପ୍ରିମିୟର ଲିଗ କ୍ରିକେଟ ମ୍ଯାଚ ରେ ଉଲୁଣ୍ଡା କୁ ହରାଇ ନlକ୍ଡେଇଁ ଦଳ ଫାଇନାଲ ରେ ପ୍ରବେଶ କରିଛି l ଉକ୍ତ ମ୍ଯାଚ ରେ ଉଲୁଣ୍ଡା ପ୍ରଥମେ ଟସ ଜିଣି ନlକ୍ଡେଇଁ କୁ ବେଟିଂ କରିବାକୁ କହିଥିଲା I ପ୍ରଥମେ ବ୍ୟାଟିଂ କରି ନlକ୍ ଡେଇଁ ଦଳ ନିର୍ଦ୍ଧାରିତ 10 ଓଭରରେ 5 ଉଇକେଟ ହରାଇ 89 ରନ୍ କରିଥିଲା l ଜବାବରେ ଉଲୁଣ୍ଡା ନିର୍ଦ୍ଧାରିତ 10 ଓଭରରେ 6 ଉଇକେଟ ହରାଇ 75 ରନ୍ କରି ପରାସ୍ତ ହୋଇଥିଲା l ମ୍ୟାଚ କୁ ଧିରୁ ସାହୁ ଓ ବିଶ୍ଵ ନାଥ ବାରିକ ଅମ୍ପେୟାର ରହି ଖେଳ ପରିଚାଳନା କରିଥିବା ବେଳେ ଶେଷ ଦେବ ବାରିକ ସ୍କୋରିଂ ଏବଂ ନିତ୍ୟାନନ୍ଦ ପ୍ରଧାନ ଧାରା ବିବରଣୀ ପ୍ରଦାନ କରିଥିଲେ l