Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ମା’ ଆଗରେ ନଦୀରେ ବୁଡ଼ିଗଲେ ଭାଇଭଉଣୀ

ନୟାଗଡ଼: ନୟାଗଡ଼ ଜିଲ୍ଲାରେ ଅଭାବନୀୟ ଘଟଣା । ନଦୀରେ ବୁଡ଼ି ଦୁଇ ଭାଉଭଉଣୀଙ୍କ ମୃତ୍ୟୁ ଘଟିଛି । ଉଭୟ ନାବାଳକ ଓ ନାବାଳିକା । ଘଟଣା ଇଟାମାଟି ଥାନା ଅନ୍ତର୍ଗତ ବାଉଁଶିଆପଡ଼ା ଗାଁରେ। ମୃତକ ଦ୍ୱୟ ହେଉଛନ୍ତି ଗାଁର ଦ୍ୱିତୀକୃଷ୍ଣ ସେଠୀଙ୍କ ଝିଅ କାଜଲ ଓ ପୁଅ ସାଇ ।

ଆଜି ଭାଇଭଉଣୀ ସେମାନଙ୍କ ମା’ଙ୍କ ସହିତ ନିକଟସ୍ଥ କୁସୁମୀ ନଦୀକୁ ଗାଧୋଇବାକୁ ବାହାରିଥିଲେ । ତେବେ ମା’ ଘରୁ ବାହାରିବା ପୂର୍ବରୁ ସେମାନେ ନଦୀକୁ ଚାଲି ଯାଇଥିଲେ । ମା’ ନଦୀରେ ପହଞ୍ଚିବା ପୂର୍ବରୁ ଛୁଆମାନେ ସେଠାରେ ପହଞ୍ଚି ଯାଇଥିଲେ । ଭାଇଭଉଣୀ ନଦୀରେ ଗାଧୋଉଥିବା ବେଳେ ବୁଡ଼ି ଯାଇଥିଲେ । ସେତେବେଳକୁ ସେମାନଙ୍କ ମା’ ସେଠାରେ ପହଞ୍ଚି ଯାଇଥିଲେ । ଦୁଇ ଛୁଆ ବୁଡ଼ି ଯାଉଥିବା ଦେଖି ସେ ଡାକ ପକାଇଥିଲେ ।

ତାଙ୍କ ଡାକ ଶୁଣି ଆଖପାଖରେ ଥିବା ଗ୍ରାମବାସୀ ଦୌଡ଼ି ଆସିଥିଲେ । ସେମାନେ କାଜଲ ଓ ସାଇଙ୍କୁ ନଦୀରୁ ଉଦ୍ଧାର କରି ଡାକ୍ତରଖାନା ନେଇଥିଲେ। ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ । ଇଟାମାଟି ଥାନା ପୋଲିସ୍ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି । ଦୁଇ ଶିଶୁଙ୍କ ମୃତ୍ୟୁ ପରେ ପୂରା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।