Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଲକ୍ଷ୍ମୀ ବସର ଭବିଷ୍ୟତ କ’ଣ ?

ସମ୍ବଲପୁର:ଆରମ୍ଭରୁ ବିବାଦରେ ଥିବା ଲକ୍ଷ୍ମୀ ବସ ଆଗକୁ କ’ଣ ହେବ ?ବର୍ତ୍ତମାନ ଅନେକ ସ୍ଥାନରେ ଏହି ବସର ନିୟମତା ରହୁନି।ପୁଣି ଅନେକ ଲକ୍ଷ୍ମୀ ବସରୁ ହଟିଲା ଶଙ୍ଖ ଓ ବସର ଅନ୍ୟ ପାର୍ଶ୍ବରୁ ହଟାଇ ଦିଆଯାଇଛି ଲକ୍ଷ୍ମୀ ଚିହ୍ନ।ଏପରିକି ବସ ପଛରେ ଲାଗିଥିବା ମିଶନଶକ୍ତି ଲେଖା ବି ଉଭାନ ହେବାକୁ ବସିଛି।ଏଭଳି କିଛି ଦୃଶ୍ୟ ଅନେକ ଜିଲ୍ଲାରେ ଚାଲିଥିବା ବସ ମଧ୍ୟରୁ ଦେଖିବାକୁ ମିଳିଛି । ଅଚାନକ ଭାବେ ଲକ୍ଷ୍ମୀ ବସରେ ଏଭଳି ପରିବର୍ତ୍ତନ ହେବାକୁ ନେଇ ନେଇ ସମସ୍ତଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି | ଅବଶ୍ୟ ଓଡିଶା ସଡକ ପରିବହନ ଭଳି ବିଭାଗ ଥାଉ ଥାଉ ଏହା ଅଧିନରେ ଏହି ବସ୍ ଚାଲୁନଥିନା ନେଇ ଏହି ପ୍ରତିନିଧି ଲୋକଲୋଚନକୁ ଆଣି ନିର୍ବାଚନ ଏହାର ପରୋଚଳନା ନେଇ ପ୍ରଶ୍ନ ଉଠାଇଥିଲା। ଏପରିକି ଲିଙ୍ଗଭେଦର ପାର୍ଥକ୍ୟକୁ ସରକାର କିଭଳି ପ୍ରଶୟ ଦେଉଛନ୍ତି ତାକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଥିଲେ।ଅବଶ୍ୟ ନିକଟରେ ଓଡିଶା ବିଧାନସଭା ନିର୍ବାଚନ ଫଳାଫଳ ପରେ ଓଡିଶା ରାଜନୀତିରେ ଦେଖାଦେଇଛି ବଡ ପରିବର୍ତନ ।୨୪ ବର୍ଷ ଧରି ଶାସନ କରୁଥିବା ବିଜେଡି ହାତରୁ ଛଡାଇ ଆଣିଛି ବିଜେପି। ପୂର୍ବରୁ ମୁଖ୍ୟ ଶାସନ ସଚିବ ବିଏସକେଓ୍ବାଇ କାର୍ଡ ଚାଲୁଥିବା ନେଇ ସ୍ପଷ୍ଟିକରଣ ଦେଇଥିବା ବେଳେ ବର୍ତ୍ତମାନ ଲକ୍ଷ୍ମୀ ବସ୍ ମଧ୍ୟ ବନ୍ଦ ହୋଇଯିବ ବୋଲି ସନ୍ଦେହ ହେଲାଣି। ନୂଆ ସରକାର ଗଠନ ନହେବା ପୁର୍ବରୁ ଲକ୍ଷ୍ମୀ ବସରୁ ବିଭିନ୍ନ ଚିହ୍ନ ଓ ଲାଗୋ ଗୁଡିକ ହଟିବା ଯୋଗୁଁ ଏଭଳି ଦ୍ବନ୍ଦ୍ବ ସୃଷ୍ଟି ହେବା ସ୍ୱାଭାବିକ ।
ଲକ୍ଷ୍ମୀ ବସ ପ୍ରଚଳନ ଏକ ରାଜନୈତିକ ଭୋଟ ବ୍ୟାଙ୍କ ଭଳି ମହିଳାଙ୍କୁ ଆକର୍ଷିତ ଭୋଟ ହାତେଇବା ଭିତରେ ଆଉ କିଛି ରହସ୍ୟ ଥିଲାକି,ଯେଉଁଥିପାଇଁ ଲକ୍ଷ୍ମୀ ବସରୁ ହଟିଯାଉଛି ବିଭିନ୍ନ ଷ୍ଟିକର(ଲାଗୋ)? ନାଁ ଏହା ବନ୍ଦ ହୋଇଯିବ ନୂଆଁ ସରକାର ଗଠନ ପୁର୍ବରୁ ପରିବହନ ସଚିବ ଦେଇପାରିବେକି ଏହାର ସ୍ପଷ୍ଟିକରଣ ?

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ