Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରାମୋଜୀ ଗ୍ରୁପ୍ ପ୍ରତିଷ୍ଠାତା ସି.ରାମୋଜୀ ରାଓଙ୍କ ପରଲୋକ

ଆଉ ନାହାଁନ୍ତି ସି. ରାମୋଜୀ ରାଓ।ଆଜି ଭୋର୍ ସକାଳେ ତାଙ୍କର ପରଲୋକ ହୋଇଛି। ରାମୋଜୀ ଗ୍ରୁପ ପ୍ରତିଷ୍ଠାତା ଅଧ୍ୟକ୍ଷ ସି.ରାମୋଜୀ ରାଓ ଭାବେ ସେ ସମଗ୍ର ବିଶ୍ୱରେ ଖୁବ୍ ପରିଚିତ ଥିଲେ।
ଗତକାଲି ସ୍ବାସ୍ଥ୍ୟାଗତ ସମସ୍ୟା ଦେଖାଯିବା ପରେ ତାଙ୍କୁ ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଆଜି ଭୋର ପ୍ରାୟ ୪ଟା ୫୦ ମିନିଟରେ ସେ ଶେଷନିଶ୍ବାସ ତ୍ୟାଗ କରିଛନ୍ତି । ତାଙ୍କ ପ୍ରାର୍ଥିବ ଶରୀର ଫିଲ୍ମ ସିଟି ସ୍ଥିତ ବାସଭବନକୁ ଅଣାଯାଇଛି । ଗଣମାଧ୍ୟମ, ସିନେମା, ସାହିତ୍ୟ, ଚାଷ ଓ ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ଦ୍ବିତୀୟ ସର୍ବୋଚ୍ଚ ସମ୍ମାନ ‘ପଦ୍ମବିଭୂଷଣ’ରେ ସମ୍ମାନିତ କରାଯାଇଥିଲା । ସେ ଥିଲେ ବିଶ୍ବର ସର୍ବବୃହତ୍ତ ଫିଲ୍ମସିଟି ‘ରାମୋଜୀ ଫିଲ୍ମସିଟି’ର ପ୍ରତିଷ୍ଠାତା । ପ୍ରଧାନମନ୍ତ୍ରୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ରାଓଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି । ଫିଲ୍ମସିଟିରେ ବହୁ ଶୁଭେଚ୍ଛୁ, ସମର୍ଥକ ଓ ରାମୋଜୀ ଗ୍ରୁପର ବିଭିନ୍ନ ସଂସ୍ଥାରେ କାର୍ଯ୍ୟରତ କର୍ମଚାରୀମାନେ ତାଙ୍କ ଶେଷ ଦର୍ଶନ କରିବାକୁ ପହଞ୍ଚୁଛନ୍ତି । ଅପରାହ୍ନରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯିବ ।
ଏକଧାରାରେ ସେ ଜଣେ ଶିଳ୍ପପତି, ସିନେ ପ୍ରଯୋଜକ, ମିଡିଆ ଏଣ୍ଟରପ୍ରିନିୟର, ଲେଖକ ଓ ସ୍ତମ୍ଭକାର ଭାବେ ତାଙ୍କର ବଳିଷ୍ଠ ପରିଚୟ ଥିଲା । ହାଇଦ୍ରାବାଦରେ ସେ ‘ରାମୋଜୀ ଫିଲ୍ମ ସିଟି’ ପ୍ରତିଷ୍ଠା କରିଥିଲେ, ଯାହା ବିଶ୍ବର ସର୍ବବୃହତ୍ତ ସିନେହବ୍ ଭାବେ ପରିଚୟ ପାଇଛି । ତାଙ୍କର ପ୍ରଯୋଜନା ସଂସ୍ଥା ‘ଉଷା କିରଣ ମୁଭି’ ବିଭିନ୍ନ ଭାଷାରେ ହଜାରରୁ ଅଧିକ ଚଳଚିତ୍ର ଭେଟି ଦେଇଛି । ବହୁଭାଷୀ ଗଣମାଧ୍ୟମ ସଂସ୍ଥା ‘ଇଟିଭି’ ଓ ‘ଇନାଡୁ’ ସମ୍ବାଦପତ୍ର ମଧ୍ୟ ତାଙ୍କ ଉଦ୍ୟମରେ ପ୍ରତିଷ୍ଠା ହୋଇଥିଲା । ଦୂରଦର୍ଶନ ପରେ ସାରା ଦେଶରେ ମନୋରଞ୍ଜନ ଓ ଖବର ସିଧାପ୍ରସାରଣ କ୍ଷେତ୍ରରେ ଅସମ୍ଭବ ଲୋକପ୍ରିୟତା ସାଉଁଟିଥିଲା ‘ଇଟିଭି’ ।
ଆଞ୍ଚଳିକ ଓ ଦେଶର ଜାତୀୟ ସେନା ଶିଳ୍ପକୁ ଅତୂଳନୀୟ ଅବଦାନ ଦେଇଥିବା ରାମୋଜୀ ରାଓ ୪ଫିଲ୍ମ ଫେୟାର ଆଓ୍ବାର୍ଡ (ଦକ୍ଷିଣ ଭାରତୀୟ ସିନେମା), ତେଲଗୁ ସିନେମା ପାଇଁ ଜାତୀୟ ଫିଲ୍ମ ଫେୟାର ଆଓ୍ବାର୍ଡରେ ମଧ୍ୟ ସମ୍ମାନିତ ହୋଇଥିଲେ । ଭାରତୀୟ ସାହିତ୍ୟ, ସମ୍ବାଦିକତା ଓ ଶିକ୍ଷା କ୍ଷେତ୍ରରେ ଅତୂଳନୀୟ ଅବଦାନ ପାଇଁ ବର୍ଷ ୨୦୧୬ ରେ ତାଙ୍କୁ ସମ୍ମାନଜନକ ଦେଶର ଦ୍ବିତୀୟ ସର୍ବୋଚ୍ଚ ସମ୍ମାନ ‘ପଦ୍ମବିଭୂଷଣ’ରେ ସମ୍ମାନିତ କରାଯାଇଥିଲା । ରାଷ୍ଟ୍ରପତି ଭବନରେ ଆୟୋଜିତ ଭବ୍ୟ କାର୍ଯ୍ୟକ୍ରମରେ ତତ୍କାଳୀନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ରାମୋଜୀ ରାଓଙ୍କୁ ‘ପଦ୍ମବିଭୂଷଣ’ ସମ୍ମାନରେ ସମ୍ମାନିତ କରିଥିଲେ । ରାଓଙ୍କ ଦେହାନ୍ତରେ ଦକ୍ଷିଣ ଭାରତ ସମେତ ସମଗ୍ର ଦେଶରେ ଶୋକର ଛାୟା ଖେଳିଯାଇଛି ।
ପ୍ରଧାନମନ୍ତ୍ରୀ ମୋଦି, ବିଭିନ୍ନ କେନ୍ଦ୍ରୀୟ ମନ୍ତ୍ରୀ, ତେଲେଙ୍ଗାନା ଓ ଆନ୍ଧ୍ର ପ୍ରଦେଶର ମୁଖ୍ୟମନ୍ତ୍ରୀଙ୍କ ସମେତ ଅନେକ ବିଶିଷ୍ଟ ବ୍ୟକ୍ତିି ବିଶେଷ ଶୋକ ପ୍ରକାଶ କରିଛନ୍ତି । ତାଙ୍କ ପ୍ରାର୍ଥୀବ ଶରୀର ରାମୋଜୀ ଫିଲ୍ମ ସିଟିର ମୁଖ୍ୟାଳୟକୁ ଅଣାଯିବା ପରେ ବହୁବିଶିଷ୍ଟ ବ୍ୟକ୍ତିବିଶେଷ ଶେଷ ଦର୍ଶନ ପାଇଁ ପହଞ୍ଚିଛନ୍ତି । ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଆଜି ଅପରାହ୍ନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ । ରାଓଙ୍କ ଦେହାନ୍ତ ଭାରତୀୟ ସିନେମା, ଗଣମାଧ୍ୟମ ଓ ପର୍ଯ୍ୟଟନ କ୍ଷେତ୍ରରେ ଏକ ଅପୂରଣନୀୟ କ୍ଷତି ହୋଇଛି ।ପଦ୍ମଭୂଷଣ ରାମୋଜୀ ପ୍ରକୃତରେ ଥିଲେ ସମଗ୍ର ଦେଶ ଓ ଜାତିର ଏକ ଭୂଷଣ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ