Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦୁଷିତ ପାଣି ପିଇ ଅମରପାଲି ଅଞ୍ଚଳରେ ଲୋକେ କିଡ଼ନୀ ରୋଗରେ ଆକ୍ରାନ୍ତ

ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବହଳପଦର ପଞ୍ଚାୟତ ର ଅମରପାଲି ରେ ତିଆରି ହୋଇଛି ୪ ଟି ଅମୃତଧାରା ପ୍ରକଳ୍ପ l ଦୁର୍ଭାଗ୍ୟ ଜନକ ପରିସ୍ଥିତି ଦେଖାଦେଇଛି ଯେ ଗୋଟିଏ ହେଲେ ବି ପାନୀୟ ଜଳ ପ୍ରକଳ୍ପ ଲୋକ ଙ୍କ କାମ ରେ ଆସି ପାରୁ ନାହିଁ l ୨୦୧୯ ରେ ବୀରମହାରାଜପୁର ପଞ୍ଚାୟତ ସମିତି ପକ୍ଷରୁ ୩ ଲକ୍ଷ ଟଙ୍କା ଲେଖାଏଁ ଖର୍ଚ୍ଚ କରି ସରକାର ଅମ୍ବୃତଧାରା ଗୁଡିକ ତିଆରି କରି ଗ୍ରାମବାସୀ ଙ୍କର ପାଇଁ ପ୍ରକଳ୍ପ ତିଆରି କରିଥିଲେ l ପୂର୍ବ ରୁ ନିମ୍ନ ମାନ ର ଯନ୍ତ୍ରାନ୍ସ ଲଗାଇ ଠିକାଦାର ବିଲ ଉଠାଇ ନେଲେ । ଫ୍ରିଜର ଓ ଫିଲଟର ଗୁଡିକ ବର୍ଷେ ନ ପୂରୁଣୁ ସବୁ ଅଚଳ ହୋଇ ପଡିଛି l ଅମରପାଲି ହାଇସ୍କୁଲ କେମ୍ପସ ଭିତରେ ଗୋଟିଏ ଓ ବାହାରେ ଗୋଟିଏ ନିର୍ମାଣ ହୋଇଛି। ଦୁଇଗୋଟି ଅମ୍ବୃତଧାରା ରେ ନୂତନ ଗଭୀର ନଳକୂପ (ବୋରିଙ୍ଗ ) ନ କରି ପାଖରେ ଥିବା ପୁରୁଣା ନଳକୂପ ରେ ଗୋଟିଏ ମଟର ଲଗାଇ ଉଭୟ ଅମୃତଧାରା କୁ ପାଣି ସପ୍ଲାଇ କରି ଠିକାଦାର ବିଲ କରି ସବୁ ଖାଇଯାଇଥିବା ଅଭିଯୋଗ ହେଉଛି l ଛଅ ମାସ ଚାଲିଲା ପରେ ପୁଣି ତାହା ଅଚଳ ହୋଇ ପଡିଛି l ସେହିପରି ଅମରପାଲି ଗାଁ ମୁଣ୍ଡ ରେ ଥିବା ଅମୃତଧାରା ଟି ଚାଲିବା ୬ ମାସ ପରେ ମଧ୍ୟ ତାର ଫ୍ରିଜର ଓ ଫିଲଟର ଅଚଳ ହୋଇ ପଡିଛି l ଗାଁ ଭିତରେ ଥିବା ଅମୃତଧାରା ଟି ମଧ୍ୟ ଅଚଳ ହୋଇ ପଡିଛି l ଉକ୍ତ ଗାଁ ରେ ବିଶୁଦ୍ଧ ପାଣି ମିଳୁ ନ ଥିବାରୁ ଲୋକେ କିଡନି ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁ ବରଣ କରିଥିବା ଅଭିଯୋଗ କରନ୍ତି l ଏବେ ମଧ୍ୟ ବହୁତ ଲୋକ କିଡନି ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି l ଗାଁ ରେ ଉକ୍ତ ପ୍ରକଳ୍ପ ହେଲା ପରେ ଫିଲଟର ହୋଇ ବାହାରୁ ଥିବା ଥଣ୍ଡା ପାଣି ପାଇବା ର ଆଶା କରିଥିଲେ । ମାତ୍ର ପ୍ରକଳ୍ପ ସବୁ ଦୀର୍ଘଦିନ ହେଲା ଅଚଳ ହୋଇଥିବାରୁ ଲୋକେ ଥଣ୍ଡା ଓ ବିଶୁଦ୍ଧ ପାଣି ପାଇ ପାରୁ ନାହାନ୍ତି । ଫଳରେ ଲକେ ନଳକୂପ ରୁ ଫ୍ଲୋରାଇଡ ମିଶା ଦୁଷିତ ପାଣି ପିଇବାକୁ ବାଧ୍ୟ ହେଉଛନ୍ତି। ତେଣୁ ଗ୍ରାମରେ କିଡନୀ ରୋଗ ବଢ଼ିବାରେ ଲାଗିଛି। ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ସୁବର୍ଣ୍ଣ ପୁର ଜିଲ୍ଲାର ତାପମାତ୍ରା 45 ଡିଗ୍ରୀ ଛୁଇଁ ସାରିଥିବା ବେଳେ ଅଚଳ ଅମୃତ ଧାରା ପ୍ରକଳ୍ପ ସବୁ ଯଥାଶୀଘ୍ର କାର୍ଯ୍ୟକ୍ଷମ କରିବାକୁ ଦାବି ହେଉଛି ା

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ