ବ୍ରାହ୍ମଣୀରେ ବୁଡ଼ିଗଲେ ୬ ଛାତ୍ର, ଦୁଇ ମୃତ

ରାଉରକେଲା: ରାଉରକେଲାରେ ବଡ଼ ଅଘଟଣ । ବ୍ରାହ୍ମଣୀ ନଦୀକୁ ଗାଧୋଇବାକୁ ଯାଇ ବୁଡ଼ିଗଲେ ୬ ଛାତ୍ର । ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪ ଜଣଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି ।
ମୃତକ ହେଲେ ପୁରୀ ଜିଲ୍ଲା ପିପିଲିର ସମୀର ଶିବକୁମାର ନାୟକ ଓ ଜଳେଶ୍ବରର ରଜତ ସାହୁ । ଗୁରୁତରମାନେ ହେଲେ ଆନନ୍ଦପୁରର ସମ୍ବୋଧନ ସାହୁ, ଭୁବନେଶ୍ବରର ଅଭିଲିପ୍ସା ପ୍ରଧାନ, ବୈଷ୍ଣୋଦେବୀ ଓ ତପନ କୁମାର ପ୍ରଧାନ । ଛାତ୍ରଛାତ୍ରୀମାନେ ଏନଆଇଟିରେ ସମର ଇଣ୍ଟନସିପ କରିବାକୁ ଆସିଥିଲେ । ଗାଧୋଉଥିବା ସମୟରେ ସମସ୍ତେ ନଦୀରେ ବୁଡ଼ିଯାଇଥିଲେ । ପୋଲିସ ଓ ସ୍ଥାନୀୟ ଲୋକମାନେ ସେମାନଙ୍କୁ ଉଦ୍ଧାର କରି ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ।