Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ସୁବଳୟା ପୋଲିସ ଏ ଏସ୍ ଆଇ ସନ୍ତୋଷ ସିନ୍ଦରିଆ ନିଲମ୍ବିତ ହେଲେ ଥାନା କୁ ଡାକି ଯୁବକ ଙ୍କୁ ମାଡ ମାରିବା ଘଟଣାରେ

  ବୀରମହାରାଜପୁର : (ସୌମିତ୍ରି ମେହେର)  ମିଛ କେଶରେ ଯୁବକଙ୍କୁ ଥାନାକୁ ଡାକି ମାଡ଼ ମାରିବା ଘଟଣା ଏଏସଆଇଙ୍କୁ ମହଙ୍ଗା ପଡିଲା l ଘଟଣାକୁ ନେଇ ନିଲମ୍ବିତ ହେଲେ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ସୁବଳୟା ଥାନା ଏଏସଆଇ ସନ୍ତୋଷ ସିନ୍ଦିରିଆ l ଗତ ୩ ତାରିଖରେ ଏକ ଚୋରୀ ଘଟଣାର ତଦନ୍ତ କରିବା ପାଇଁ ଟେଭାପଦର ଗାଁର ଜଗନ୍ନାଥ କର୍ମୀଙ୍କୁ ସୁବଳୟା ଥାନାକୁ ଡ଼କାଇଥିଲେ ଏ ଏସ ଆଇ ସନ୍ତୋଷ ସିନ୍ଦିରିଆ l  ତଦନ୍ତ ବେଳେ ଚୋରୀ ଘଟଣାରେ ଜଗନ୍ନାଥ ସମ୍ପୃକ୍ତି ନଥିବା କହିଥିଲେ ବି ଏଏସଆଇ  ସିନ୍ଦିରିଆ ଶୁଣିନଥିଲେ  । ଏଏସଆଇ ବାବୁ ଜଣକ ଜଗନ୍ନାଥଙ୍କୁ  ଏପରି ମାଡ଼ ମାରି ଥିଲେ ଯେ ଆଉ ଦେହର କୌଣସି ଜାଗା ବାକି ନଥିଲା l ପୋଲିସ ବାବୁଙ୍କ ମାଡ଼ରେ ଜଗନ୍ନାଥଙ୍କ ପିଚା, ଜଙ୍ଘ ଓ ପାଦରେ ପଚା ପଡିଯାଇଥିଲା l ମାଡ଼ ଖାଇବା ପରେ ଜଗନ୍ନାଥ ନାଁ ଚାଲିପାରୁଥିଲେ ନାଁ ବସି ପାରୁଥିଲେ l ଏନେଇ ପରିବାର ଲୋକ ଥାନା ଅଧିକାରୀଙ୍କୁ ଜଣାଇଥିଲେ ବି ଥାନା ଅଧିକାରୀ ଓଲଟି ଧମକ ଦେଇଥିବା ଅଭିଯୋଗ ହୋଇଛି l ଶେଷରେ ପରିବାର ଲୋକ ଫୋନ ଯୋଗେ ଏସପିଙ୍କୁ ଜଣାଇଥିଲେ l ଫଳରେ ଜଗନ୍ନାଥଙ୍କୁ ଥାନାରୁ ଛାଡି ଦିଆଯାଇଥିଲା l ପରେ ପରିବାର ଲୋକ ଗୁରୁତର ଜଗନ୍ନାଥଙ୍କୁ ବୀରମହାରାଜପୁର ଡାକ୍ତରଖାନାକୁ ଆଣି ଚିକିତ୍ସା କରାଇଥିଲେ l ଯଦି ପ୍ରକୃତରେ ଜଗନ୍ନାଥ କୌଣସି ଚୋରୀ ଘଟଣାରେ ସମ୍ପୃକ୍ତ ଥିଲେ ତାହେଲେ ତାଙ୍କ ନାଁରେ କେସ କରି କୋର୍ଟ କୁ ପଠାଇ ଦିଆଗଲା ନାହିଁ କାହିଁକି ? ଥାନାକୁ ଆଣି ତିନିଦିନ ରଖିଲା ପରେ ଏହିଭଳି ମାଡ଼ମାରି ଛାଡ଼ିବା କାରଣ କଣ l ତେବେ ଅଭିଯୋଗ ପରେ ଏଏସଆଇ ସନ୍ତୋଷ ସିନ୍ଦିରିଆଙ୍କୁ ଏସପି ନିଲମ୍ବନ କରିବା ସହ ଘଟଣାର ତଦନ୍ତ ଦାଇତ୍ୱ ଅତିରିକ୍ତ ଏ ଏସ ପିଙ୍କୁ ଦେଇଥିବା ଜଣାଯାଇଛି l