Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କାର ଧକ୍କାରେ ଦୁଇ ଗୁରୁତର, ଜଣେ ମୃତ

ଲକ୍ଷ୍ମୀପୁର ୦୯/୦୬
କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ଥାନା ଟିମାଝଲା ଛକ ନିକଟ ୩୨୬ ନମ୍ୱର୍ ଜାତୀୟ ରାଜପଥ ଉପରେ ଆଜି ଅପରାହ୍ନ ଚାରିଟାରେ ଏକ ଦୁର୍ଘଟଣା ଘଟି ଦୁଇ ଜଣ ଗୁରୁତର ଆହତ ହୋଇଥିବା ବେଳେ ଜଣକର ମୃତ୍ୟୁ ଘଟିଛି।ମୃତକ ହେଲେ ରାୟଗଡ଼ା ଅଞ୍ଚଳର ଭି.ମହେଶ।ଗୁରୁତର ଆହତ ମଧ୍ୟରେ ମୋହନ କୁମାର୍ ଓ ଜଣେ ନାବାଳକ ପ୍ରିତମ ଟାକିରି ଥିବା ଜଣା ପଡିଛି।ଦୁର୍ଘଟଣା ପରେ ରାସ୍ତାରେ ଯାଉଥିବା କିଛି ଲୋକ ୧୦୮ ଆମ୍ବୁଲାନ୍ସ କୁ ଫୋନ୍ କରିଥିଲେ।ଘଟଣା ସ୍ଥଳରେ ଦୁଇଟି ଆମ୍ବୁଲାନ୍ସ ପହଞ୍ଚି ଦୁଇଜଣଙ୍କୁ ମେଡିକାଲ ନେଇଥିବା ବେଳେ ଲକ୍ଷ୍ମୀପୁର ପୋଲିସ ଗାଡ଼ିରେ ଜଣଙ୍କୁ ମେଡିକାଲ ଅଣାଯାଇଥିଲା।ତିନି ଜଣଙ୍କ ଅବସ୍ଥା ଗୁୁରୁତର ଥିବାରୁ ଲକ୍ଷ୍ମୀପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଠାରେ ପ୍ରାଥମିକ ଚିକିତ୍ସା ପରେ ସମସ୍ତଙ୍କୁ କୋରାପୁଟ ଏସଏଲନ୍ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଥିଲା।ହେଲେ ମେଡିକାଲ ପହଞ୍ଚିବା ପୂର୍ବରୁ ମହେସଙ୍କ ମୃତ୍ୟୁ ଘଟିଥିବା ଜଣା ପଡ଼ିଛି।ଘଟଣାରୁ ପ୍ରକାଶ କାକିରିଗୁମାରୁ ଓଡ଼ି ୧୮କେ ୨୫୨୬ ହୋଣ୍ଡା ସାଇନ୍ ମଟର ସାଇକେଲ ଯୋଗେ ତିନି ଜଣ ଲକ୍ଷ୍ମୀପୁର ଅଭିମୁଖେ ଆସୁଥିବା ବେଳେ ବିପରୀତ ଦିଗରୁ ଯାଉଥିବା ଓଡ଼ି ୧୦କ୍ୟୁ ୮୮୨୮ ନମ୍ୱର୍ ଥିବା ଏକ କାର ସେମାନଙ୍କୁ ଧକ୍କା ଦେଇ ଚାଲି ଯାଇଥିଲା।ଫଳରେ ମଟର ସାଇକେଲରେ ବସିଥିବା ତିନିଜଣ ରାସ୍ତାରେ ପଡ଼ି ଛଟପଟ ହେଉଥିବା ଦେଖି କିଛି ଲୋକେ ଆମ୍ବୁଲାନ୍ସ ଓ ପୋଲିସକୁ ଖବର ଦେଇଥିଲେ।ଧକ୍କା ଦେଇ ଚାଲି ଯାଉଥିବା କାର୍ କିଛି ଦୂର ଗଲା ପରେ କୁସୁମ ଗୁଡ଼ା ଗ୍ରାମ ନିକଟରେ ଆଗ ପଟ ଟାୟାର ଫାଟି ଯିବାରୁ ଆଗକୁ ଜାଇ ନପାରି ରାସ୍ତାରେ ଅଟକି ରହି ଯାଇଥିଲା।ଏହା ଦେଖି ଗ୍ରାମବାସୀ କାର କୁ ଅଟକ ରଖିଥିଲେ।ଖବର ପାଇ ଲକ୍ଷ୍ମୀପୁର ପୋଲିସ ପହଂଚି କାର ଜବତ କରିବା ସହ ଚାଳକକୁ ଆଣି ଥାନାରେ ଅଟକ ରଖିଥିବା ବେଳେ ଲକ୍ଷ୍ମୀପୁର ଥାନାରେ ଏକ ମାମଲା ରୁଜୁ ହୋଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ