Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ପୁଲିସ ଅଧିକାରୀ ପଞ୍ଚୁ ବାଘ ଙ୍କ ହୃଦଘାତରେ ପରଲୋକ

ବୀରମହାରାଜପୁର : (ସୌମିତ୍ରି ମେହେର)
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ସୁବଳୟା ଥାନା ଅନ୍ତର୍ଗତ ଟେଭlପଦର ନିବାସୀ ଏ ଏସ୍ ଆଇ ପଞ୍ଚୁ ବାଘ (48) ଙ୍କ ହୃଦଘାତରେ ପରଲୋକ ହୋଇ ଥିବା ଜଣାପଡ଼ିଛି I ସମ୍ବଲପୁର ଜିଲ୍ଲା ବରେଇପାଲି ଥାନା ରେ କାର୍ଯ୍ୟରତ ଥିବା ଏ ଏସ ଆଇ ପଞ୍ଚୁ ବାଘ ସୋମବାର ସକାଳେ ସମ୍ବଳପୁର ର ଏକ ଘରୋଇ ଡାକ୍ତରଖାନା ରେ ଚିକିତ୍ସାଧୀନ ଅବସ୍ଥା ରେ ତାଙ୍କର ମୃତ୍ୟୁ ହୋଇ ଯାଇଛି। ୧୯୯୭ ବେଜ ରେ ଜିଲ୍ଲା ପୋଲିସ୍ ସୁବର୍ଣ୍ଣପୁରରେ କନେଷ୍ଟବଳ ଭାବେ କାର୍ଯ୍ୟ ରେ ଯୋଗଦାନ କରିଥିଲେ । ଜିଲ୍ଲା ପୋଲିସ୍ ରୁ ASI ଭାବେ ୨୦୨୦ ରେ ପଦୋନ୍ନତି ହୋଇ ସେ ସମ୍ବଲପୁର ପୋଲିସ କୁ ବଦଳି ହୋଇଥିଲେ । ନିଜର ଶାନ୍ତ ସରଳ ସ୍ଵଭାବ ଓ ମିଷ୍ଟ ଭାଷୀ ତଥା ଲୋକଙ୍କୁ ସହାୟତାରେ ସହର ରେ ବହୁ ଦିନ ଧରି କାର୍ଯ୍ଯ କରିଥିଲେ। ତାଙ୍କ ଅକାଳ ବିୟୋଗ ରେ ଜିଲ୍ଲl ପୋଲିସ୍ ରେ ତଥା ବୀରମହାରାଜପୁର- ସୋନପୁର ଅଞ୍ଚଳରେ ଶୋକ ର ଛାୟା ଖେଳି ଯାଇଛି।