Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଘରେ ପଶି ମହିଳାଙ୍କୁ ବିଜେପି କର୍ମୀଙ୍କ ଆକ୍ରମଣ ଅଭିଯୋଗ

ଯାଜପୁର: ଯାଜପୁର ଜିଲ୍ଲା ବିଞ୍ଝାରପୁର ନିର୍ବାଚନ ମଣ୍ଡଳୀରେ ନିର୍ବାଚନ ପରବର୍ତ୍ତୀ ହିଂସା ଦେଖିବାକୁ ମିଳିଛି । ବିଜେପି କର୍ମୀ ଜଣେ ବ୍ୟକ୍ତିଙ୍କ ଘରେ ପଶି ମହିଳାଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି ।
ମଙ୍ଗଳପୁର ଥାନା ବିରିପଟା ପଞ୍ଚାୟତ ଅନ୍ତର୍ଗତ ବରେଇଁ ଗାଁରେ ଗତକାଲି ହିଂସା ଦେଖିବାକୁ ମିଳିଥିଲା । ନୂତନ ସରକାର ଶପଥ ଗ୍ରହଣ ଅବସରରେ ବାଣ ଫୁଟାଇବାକୁ ନେଇ ବିବାଦ ହୋଇଥିଲା । ଘର ନିକଟରେ ବାଣ ଫୁଟାଇବାକୁ ବିରୋଧ କରିବାରୁ ଘରେ ପଶି ମହିଳାଙ୍କୁ ବିଜେପି କର୍ମୀ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ସ୍ବାମୀ ଓ ଶ୍ବଶୁରଙ୍କ ଉପସ୍ଥିତିରେ ଘରର ବୋହୂ ମିତା ଜେନା ଓ ଶାଶୂଙ୍କୁ ଆକ୍ରମଣ ନେଇ ଥାନାରେ ଅଭିଯୋଗ ହୋଇଛି । ପୋଲିସ ଘଟଣାର ତଦନ୍ତ କରୁଛି ।