Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସୁବଳୟା ଏୟାରଟେଲ୍ ମୋବାଇଲ ଟାୱାର ରୁ ବ୍ୟାଟେରୀ ଚୋରି ଅଭିଯୋଗ

ବୀରମହାରାଜପୁର : (ସୌମିତ୍ରି ମେହେର)
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସୁବଳୟା ଥାନା ନିକଟସ୍ଥ ଏୟାରଟେଲ୍ ମୋବାଇଲ ଟାୱାର ରୁ ବ୍ୟାଟେରୀ ଚୋରି ହୋଇଥିବା ଅଭିଯୋଗ ହୋଇଛି l ଏନେଇ ମୋବାଇଲ ଟାୱାର ଦାୟିତ୍ଵ ରେ ଥିବା ଟେକନିସିଆନ ଗଣେଶ ପ୍ରଧାନ ସୁବଳୟା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି l ଅଭିଯୋଗ କୁ ଅlଧର କରି ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିବା କହିଛନ୍ତି ଥାନା ଅଧିକାରୀ ସୁଶାନ୍ତ କୁମାର ପ୍ରଧାନ I ସୂଚନା ଯୋଗ୍ୟ ଯେ କେହି ଦୁର୍ବୃତ୍ତ ଉକ୍ତ ଏୟାରଟେଲ୍ ଟାୱାର ରୁ 24 ଗୋଟି ବ୍ୟାଟେରୀ ଚୋରି କରି ନେଇଯାଇଥିବା ଦାୟିତ୍ଵ ରେ ଥିବା ଟେକନିସିଆନ ଗଣେଶ ପ୍ରଧାନ ଦେଖିବାକୁ ପାଇଲେ I ଘଟଣା ଜାଣିବା ପରେ ତତକ୍ଷଣାତ ଥାନାରେ ଏତଲା ଦେଇଥିବା କୁହନ୍ତି l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ