Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମୋହନ ସରକାରଙ୍କ ଶପଥ ଗ୍ରହଣ :ଗଣତନ୍ତ୍ର ପାଇଁ ଭିନ୍ନ ବାର୍ତ୍ତା

ମୋହନ ସରକାରଙ୍କ ଶପଥ ଗ୍ରହଣ ଉତ୍ସବ:ଗଣତନ୍ତ୍ର ପାଇଁ ଶୁଭ ସୂଚନା. ମଜଭୁତ୍ ଗଣତନ୍ତ୍ର ପ୍ରତିଷ୍ଠା ପାଇଁ ରାଜନୈତିକ ଇଚ୍ଛାଶକ୍ତି ଏକ ବଡ ପିଲର୍।ଯାହାକି ଓଡିଶାରେ ପ୍ରତିଷ୍ଠା ହୋଇଥିବା ମୋହନ ଚରଣ ମାଝୀଙ୍କ ସରକାରରେ ଦେଖିବାକୁ ମିଳିଛି।ସମାଜକୁ ଓଡିଶା ଏଭଳି ବାର୍ତ୍ତା ଦେଇଛି ।ଯାହାକି ଗଣତନ୍ତ୍ର ପ୍ରତିଷ୍ଠାର ମୂଳମନ୍ତ୍ର ବୋଲି ସହର ବଜାରର ଚା ଖଟିରେ ନୁହେଁ ବରଂ ଗାଁ ଗଣ୍ଡାର ଭାଗବତ ଟୁଙ୍ଗିରେ ବଡ ଆଲୋଚନାର ବିଷୟ ହୋଇଛି।ଯାହାକୁ କୁହାଯାଏ ପରିବର୍ତ୍ତନ ଅବା ସମାଜର ସ୍ରୋତ…
ବାର୍ତ୍ତା ୧-
ବିରୋଧୀ ଦଳ ସରକାରର ଶତ୍ରୁ ନୁହନ୍ତି । କିମ୍ବା ବିରୋଧୀ ଦଳର ନେତାଏ ଅସ୍ପୃଶ୍ୟ ନୁହେଁ । ପ୍ରଥମେ ବିଜେପିର ରାଜ୍ୟ ନେତୃତ୍ଵ ଏବଂ ପରେ ନିଜେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନବୀନ ନିବାସକୁ ଯାଇ ନବୀନ ପଟ୍ଟନାୟକଙ୍କୁ ଶପଥ ସମାରୋହ ପାଇଁ ନିମନ୍ତ୍ରଣ କଲେ। ସତରେ ଏହା ବଡ ପ୍ରଶଂସନୀୟ ବିଷୟ।ଏପରି ନିମନ୍ତ୍ରଣ ଅବା ଶପଥ ପାଠ ଉତ୍ସବରେ ମିଳନ ଦୃଶ୍ୟ ବର୍ତ୍ତମାନର ରାଜନୀତିରେ ବିରଳ । ଶପଥ ସମାରୋହ ମଞ୍ଚରେ ଜଣେ ବର୍ଷୀୟାନ ଓ ଲୋକପ୍ରିୟ ଜନନେତାଙ୍କୁ ଯଥୋଚିତ ସମ୍ମାନ ଦେଇଥିବାରୁ ବିଜେପିର ନେତୃତ୍ଵ ନିଶ୍ଚୟ ଅଭିନନ୍ଦନର ପାତ୍ର।ଓଡିଶା ପରି ସଂସ୍କୃତି ସଂପର୍ଣ୍ଣ ରାଜ୍ୟରେ ଏଭଳି ଭାଇଚାରା ଓ ନିଦର୍ଶନ ସମଗ୍ର ଜାତି ଓ ସମାଜ ପାଇଁ ନୂତନ ବାର୍ତ୍ତା ।
ବାର୍ତ୍ତା -୨
ନବୀନ ପ୍ରମାଣିତ କଲେ ଯେ ରାଜନୀତିରେ ମୂଲ୍ୟବୋଧ, ବିନମ୍ରତା, ସହୃଦୟତା , ସିଷ୍ଟାଚାରଠାରୁ ଆଉ ବଡ଼ କଥା କିଛି ନାହିଁ। ଦୀର୍ଘ ବର୍ଷର ଶାସନ ପରେ ନିଜ ପ୍ରମୁଖ ବିରୋଧୀଙ୍କଠାରୁ ପରାଜୟ ଲଭିବା ପରେ ମଧ୍ୟ ନିଃସଙ୍କୋଚରେ ତାଙ୍କରି ଉପସ୍ଥିତି ଗାମ୍ଭୀର୍ଯ୍ୟର ବିଷୟ ଥିଲା। ଉତ୍ସବରେ ନିମନ୍ତ୍ରଣ ରକ୍ଷା କରି ସାମିଲ ହେବା ନିହାତି ରାଜନୀତିରେ ଏକ ଅନନ୍ୟ ଉଦାହରଣ କହିବାକୁ ହେବ।ନବ ଗଠିତ ସରକାରର ମୁଖ୍ୟମନ୍ତ୍ରୀଙ୍କ ଠାରୁ ସମସ୍ତ ସଦସ୍ୟଙ୍କୁ ଶୁଭେଚ୍ଛା, ସଦିଚ୍ଛା ଜଣାଇବା ନିହାତି ବଡ଼ ହୃଦୟର ପରିଚୟ । ଏହାହିଁ ବୋଧେ ଭାରତୀୟ ଗଣତନ୍ତ୍ରର ଅସଲ ସ୍ୱଭାବ ବୋଲି ବାରି ହୋଇପଡୁଥିଲା । ନବୀନଙ୍କ ଏପରି ଆଚରଣ ସାଂପ୍ରତିକ ରାଜନୀତି ଏବଂ ରାଜନୈତିକ ଦଳ ଗୁଡିକ ପାଇଁ ଅନୁକରଣୀୟ ନିଶ୍ଚୟ ।
ଶେଷ ବାର୍ତ୍ତା-
ଯେଉଁମାନେ ରାଜନୀତି ପାଇଁ ନିଜ ନିଜ ଭିତରେ ବ୍ୟକ୍ତିଗତ ସମ୍ପର୍କ ଖରାପ କରିଛନ୍ତି ଏବଂ ଏବେ ମଧ୍ୟ ସମ୍ପର୍କ ବିଗାଡ଼ିବାରେ ବ୍ୟସ୍ତ ଅଛନ୍ତି,ଉପର ୨ ବାର୍ତ୍ତା ସେମାନଙ୍କ ପାଇଁ ଶିକ୍ଷଣୀୟର ବିଷୟ ନିଶ୍ଚୟ। ମୋଦୀ – ନବୀନଙ୍କ ପରି ସମ୍ପର୍କ ରାଜନୀତିରୁ ବହୁ ଉର୍ଦ୍ଧ୍ବରେ। ରାଜନୀତିକୁ ତା’ ବାଟରେ ରଖି ସମ୍ପର୍କକୁ ଅତୁଟ ରଖିଲେହିଁ ଏକ ମଜଭୁତ ପିଲର ଦ୍ୱାରା ବିକାଶର ଦ୍ୱାର ଦେଶରେ ପହଞ୍ଚିବା ସମ୍ଭବ ହୋଇଥାଏ।ଯାହା ମୋହନ ସରକାରରେ ପ୍ରତିଫଳନ ଘଟିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ