ବୀରମହାରାଜପୁର ବରିଷ୍ଠ ନାଗରିକ ସଂଗଠନ ପକ୍ଷରୁ ବିଶ୍ଵ ବରିଷ୍ଠ ହତାଦର ସଚେତନତା ଦିବସ ପାଳିତ


ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସ୍ଥିତ ବରିଷ୍ଠ ନାଗରିକ ସଂଗଠନ ପକ୍ଷରୁ ଆଜି ସଂଘ କାର୍ଯ୍ୟାଳୟ ପରିସରରେ ବିଶ୍ଵ ବରିଷ୍ଠ ହତାଦର ସଚେତନତା ଦିବସ ପାଳିତ ହୋଇଛି l ଆୟୋଜିତ କାର୍ଯ୍ଯକ୍ରମରେ ସଂଘ ସଭାପତି ଡ.ପ୍ରଫୁଲ୍ଲ କୁମାର ରଥ ସଭାପତିତ୍ଵ କରିଥିବା ବେଳେ ସମ୍ପାଦକ ସନ୍ତୋଷ କୁମାର ଷଡଙ୍ଗୀ କାର୍ଯ୍ୟକ୍ରମ ର ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ l କୋଷାଧ୍ୟକ୍ଷ ଦୟାନିଧି ହୋତା ସଭା ସଂଯୋଜନା କରିଥିଲେ l ଏଥିରେ ସଂଗଠନର ପୂର୍ବତନ ସଭାପତି କୃଷ୍ଣ ଚନ୍ଦ୍ର ପାଢୀ , ଭଗବାନ ମିଶ୍ର , ବରିଷ୍ଠ ସଦସ୍ୟ ଭୂଷଣ କୁମାର ପାତ୍ର ପ୍ରମୁଖ ଯୋଗଦେଇ ନିଜ ନିଜର ବକ୍ତବ୍ୟ ରଖିଥିଲେ I ବରିଷ୍ଠ ନାଗରିକ ମାନେ ସବୁ କ୍ଷେତ୍ରରେ ଅବହେଳିତ ରହୁଥିବା ବେଳେ ଥାନା , ଡାକ୍ତରଖାନା , ବ୍ୟାଙ୍କ ଆଦି ସ୍ଥାନରେ ସେମାନେ କିପରି ସ୍ଵତନ୍ତ୍ର ଭାବେ ସମ୍ମାନର ସହିତ ନିଜ ନିଜ କାମ ସୁଚାରୁ ରୂପେ ତୁଲାଇ ପାରିବେ ସେଥିପାଇଁ ସଂଘ ର କର୍ତ୍ତବ୍ୟ ଉପରେ ଆଲୋକପାତ କରିଥିଲେ l ବରିଷ୍ଠ ନାଗରିକଙ୍କୁ ବିଭିନ୍ନ ସମୟରେ ହତାଦର କରାଯାଉଥିବାରୁ ସେଥିପାଇଁ ସଚେତନତା ଜରୁରୀ ରହିଥିବା କହିଥିଲେ ସଭାପତି ଡ.ରଥ I ଏଥିରେ ବରିଷ୍ଠ ନାଗରିକ ସଂଗଠନର ଉପ ସଭାପତି ସୌମିତ୍ରି ମେହେର , ସୁଦାମ ଚରଣ ସେଠୀ , ଉପଦେଷ୍ଟା ବଲରାମ କାଣ୍ଡ , ଧୃବ ଚରଣ ଦାଶ , ଧନୁ ପଧାନ , ଗୋପିନାଥ ମହାକୁର ଙ୍କ ସହିତ ବରିଷ୍ଠ ସଭ୍ୟ ଦିଲ୍ଲୀପ କୁମାର ମିଶ୍ର , ବାସୁଦେବ ପଣ୍ଡା , ଦିଲ୍ଲିପ କୁମାର ତ୍ରିପାଠୀ, ଶ୍ରୀନିବାସ ଅଗ୍ରୱାଲ , ଅକୃର ଦନ୍ତl , ପର୍ଶୁରାମ ମେହେର ପ୍ରମୁଖ ବହୁ ସଦସ୍ୟ ଆଲୋଚନାରେ ଅଂଶଗ୍ରହଣ କରିଥିଲେ l