Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପରିତ୍ୟକ୍ତ କୂଅରୁ ଉଦ୍ଧାର ହେଲା ଛୁଆ ସହ ମାଆ ହାତୀ

ଅନୁଗୁଳ: ପରିତ୍ୟକ୍ତ କୂଅରେ ପଡିଥିବା ମାଆ ହାତୀ ଓ ଛୁଆ ଉଦ୍ଧାର । ଘଟଣା ଘଟିଛି ଅନୁଗୁଳ ଜିଲ୍ଲା ଜରପଡା ବନାଞ୍ଚଳର ଗୋଠ ତଇଳା ଅଞ୍ଚଳରେ । ଦୀର୍ଘ ୫ ଘଣ୍ଟାରୁ ଅଧିକର ଅକ୍ଲାନ୍ତ କରିଶ୍ରମ କରିବା ପରେ ଉଭୟଙ୍କୁ ସୁରକ୍ଷିତ ଉଦ୍ଧାର କରିଛନ୍ତି ବନ ବିଭାଗ କର୍ମଚାରୀ ।
ଗତକାଲି ବିଳମ୍ବିତ ରାତିରେ ୯ ଟିକିଆ ହାତୀପଲ ବୁଲୁଥିବାବେଳେ ଏକ ପରିତ୍ୟକ୍ତ କୂଅରେ ମାଆ ଓ ଛୁଆ ହାତୀ ଖସି ପଡ଼ି ଯାଇଥିଲେ । ଖବର ପାଇ ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଥିଲା । କୂଅକୁ ଖୋଳି ସୁରକ୍ଷିତ ଭାବେ ମାଆ ଓ ଛୁଆ ହାତୀକୁ ଉଦ୍ଧାର କରାଯାଇଛି । ଉଦ୍ଧାର ପରେ ଉଭୟ ଜଙ୍ଗଲକୁ ଯାଇଛନ୍ତି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ