Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ସୁବଳୟା ଗୋପାଳଜି ମଠ ର ମଠାଧିସ ସୀତାରାମ ଜି ମହାରାଜ ଙ୍କ ପରଲୋକ

ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ସୁବଳୟା ସ୍ଥିତ ଗୋପାଳଜୀ ମଠର ୨ୟ ମଠାଧୀଶ ସୀତାରାମ ଜୀ ମହାରାଜଙ୍କର ଶନିବାର ବିଳମ୍ବିତ ରାତ୍ରୀରେ ପରଲୋକ ଘଟିଥିବା ଜଣାଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ପ୍ରାୟ ୭୦ ବର୍ଷ ହୋଇଥିଲା । ରବିବାର ମଧ୍ୟାହ୍ନ ସମୟରେ ବହୁ ସାଧୁସନ୍ଥ ଏବଂ ଶ୍ରଦ୍ଧାଳୁଙ୍କ ଗହଣରେ ନିକଟସ୍ଥ ମହାନଦୀ ପଠାରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି । ଏହା ପୂର୍ବରୁ ମଠାଧୀଶଙ୍କ ପାର୍ଥବ ଶରୀରକୁ ଏକ ଶୋଭାଯାତ୍ରାରେ ସୁବଳୟା ସହର ପରିକ୍ରମା କରାଯାଇଥିଲା । ମହନ୍ତ ଅଭିରାମ ଦାସ ମୁଖାଗ୍ନୀ ଦେଇଥିଲେ । ମଠାଧୀଶଙ୍କ ମହାପ୍ରlୟଣରେ ସମଗ୍ର ସୁବଳୟା ତଥା ଆଖପାଖ ଅଞ୍ଚଳରେ ଶୋକର ଛାୟl ଖେଳିଯାଇଛି। ସ୍ଥାନୀୟ ସରପଞ୍ଚ ପ୍ରମୋଦ କୁମାର ମହାପାତ୍ର ଙ୍କ ସହିତ ବହୁ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ଶେଷକୃତ୍ୟ ସମୟରେ ଉପସ୍ଥିତ ଥିଲେ ।