ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବିରମହlରାଜପୁର ସ୍ଥିତ ବରିଷ୍ଠ ନାଗରିକ ସଂଗଠନ କାର୍ଯ୍ୟାଳୟ ପରିସରରେ ଆର୍ନ୍ତଜାତୀୟ ଆର୍ଟ ଅଫ୍ ଗିଭିଙ୍ଗ ଦିବସ ସୋମବାର ପାଳିତ ହୋଇଯାଇଛି । କଳିଙ୍କ ଟିଭି ଜିଲ୍ଲା ପ୍ରତିନିଧି ଶେଷଦେବ ବାରିକଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବରିଷ୍ଠ ନାଗରିକ ସଂଘର ସଭାପତି ଡ. ପ୍ରଫୁଲ୍ଲ କୁମାର ରଥ , ଶିକ୍ଷାବିତ ଭୂଷଣ କୁମାର ପାତ୍ର , ଭଗବାନ ମିଶ୍ର , କୃଷ୍ଣ ଚନ୍ଦ୍ର ପାଢୀ , ସୋନପୁର ଟିଭି ନିର୍ଦ୍ଦେଶିକା ନମିତା ହୋତା , ପ୍ରମୁଖ ଅତିଥିଭାବେ ଯୋଗଦେଇ ଅଚ୍ୟୁତ ସାମନ୍ତଙ୍କ ନୀତି ଆଦର୍ଶକୁ ନେଇ ଆଲୋକପାତ କରିଥିଲେ । ଚଳିତ ବର୍ଷର ଥିମ ରହିଛି ଲେଟସ୍ ଆର୍ଟ ଅଫ୍ ଗିଭିଂ । କିଟ, କିସ ,କିମସ୍ ର ପ୍ରତିଷ୍ଠାତା ଡଃ.ଅଚ୍ୟୁତ ସାମନ୍ତଙ୍କ ନିରନ୍ତର ପ୍ରୟାସରେ ୨୦୧୩ ମସିହାରୁ ଏହା ପାଳନ ହୋଇ ଆସୁଛି । ୧୧ ବର୍ଷଧରି ପାଳିତ ହୋଇ ଆସୁଥିବା ଏହି ଆର୍ଟ ଅଫ୍ ଗିଭିଂ ଚିନ୍ତାଧାରା ନିତି ଓ ଆଦର୍ଶରୁ ବିଚ୍ୟୁତ ନହୋଇ ସମାଜରେ ଶୁଖ , ଶାନ୍ତି, ସଦଭାବନାର ବାର୍ତ୍ତା ପ୍ରାୟସ ଜାରି ରହିଛି । ନିଜେ ବଂଚିବା ସହିତ ଅନ୍ୟକୁ ଖୁସି ଦେବାରେ ଯେଉଁ ଆନନ୍ଦ ତାହା ଆଜି ସାରା ବିଶ୍ୱରେ ଆନ୍ଦୋଳନର ଋପ ନେଇଛି । ଭାରତ ତଥା ବିଶ୍ୱର ୧୨୦ଟି ଦେଶରେ ଏହା ପାଳନ କରାଯାଉଛି । ଡଃ ସାମନ୍ତଙ୍କ ନିତି , ଆଦର୍ଶ ଜାତି , ବର୍ଣ୍ଣ , ଧର୍ମ ନିର୍ବିଶେଷରେ ଅନ୍ୟକୁ ସହଯୋଗ ଭଳି ମହତ ଚିନ୍ତାଧାରାରେ ଆର୍ଟ ଅଫ୍ ଗିଭିଙ୍ଗ ଦିବସ ପାଳନ ଆଗାମି ଦିନରେ ଜନ ଆନ୍ଦୋଳନ ରୁପ ନେବ ବୋଲି ସାଧାରଣରେ ମତ ପାଇଛି । ଆଜିର ଏହି କାର୍ଯ୍ୟକ୍ରମରେ ବରିଷ୍ଠ ନାଗରିକ ସଂଘର ବରିଷ୍ଠ ସଦସ୍ୟ ସୌମିତ୍ରୀ ମେହେର , ଶ୍ରୀନିବାସ ଅଗ୍ରୱାଲ , ବାସୁଦେବ ପଣ୍ଡା , ଦ୍ଵିତିକୃଷ୍ଣ ପଣ୍ଡା , ଦୟାନିଧି ହୋତା , ସନ୍ତୋଷ କୁମାର ଷଡଙ୍ଗୀ, ଅକୃର ଦନ୍ତl , ଦିଲ୍ଲୀପ କୁମାର ମିଶ୍ର ଙ୍କ ସହିତ ବହୁ ବରିଷ୍ଠ ନାଗରିକ ସଂଘ ର କର୍ମକର୍ତ୍ତା ଏବଂ ଶତାଧିକ ବୟୋଜ୍ୟଷ୍ଠ ବ୍ୟକ୍ତି ତଥା ସଚେତନ ନାଗରିକ ଉପସ୍ଥିତ ଥିଲେ ।