Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମେରିଟ୍ ଲିଷ୍ଟ ଅନୁସାରେ ନିଯୁକ୍ତି: ଜିଲ୍ଲାୱାରୀ କନିଷ୍ଠ ଶିକ୍ଷକ ନିଯୁକ୍ତି ମାମଲାରେ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ: କନିଷ୍ଠ ଶିକ୍ଷକ ନିଯୁକ୍ତି ମାମଲାରେ ରାୟ ପ୍ରକାଶ କରିଛନ୍ତି ହାଇକୋର୍ଟ । ମେରିଟ ଲିଷ୍ଟ ଅନୁସାରେ ଜିଲ୍ଲାୱାରୀ କନିଷ୍ଠ ଶିକ୍ଷକଙ୍କୁ ନିଯୁକ୍ତି ଦେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।
ହାଇକୋର୍ଟରେ ଏହି ମାମଲାରେ ୨ ଜଣିଆ ଖଣ୍ଡପୀଠକୁ ନେଇ ଏହି ମାମଲାର ବିଚାର ଚାଲିଥିଲା ଏବଂ ବିଚାର ଶେଷ ହୋଇ ରାୟ ସଂରକ୍ଷିତ ଥିଲା । ଆଜି ଏହି ମାମଲାର ରାୟ ପ୍ରକାଶ ପାଇଛି ।
ପୂର୍ବରୁ ଏହି ମାମଲାର ବିଚାର କରି ଜଣିକିଆ ଖଣ୍ଡପୀଠରେ ଯେଉଁ ଶୁଣାଣୀ ହୋଇଥିଲା ତାକୁ ଚ୍ୟାଲେଞ୍ଜ କରି ପୁନଃ ବିଚାର କରିବାକୁ ଅପିଲ କରିଥିଲେ ପରୀକ୍ଷାର୍ଥୀ । କିନ୍ତୁ ଓସେପା ଦ୍ୱାରା ଜାରି ହୋଇଥିବା ମେରିଟ ଲିଷ୍ଟକୁ ଆଧାର କରି କନିଷ୍ଠ ଶିକ୍ଷକ ନିଯୁକ୍ତି ହେବ ବୋଲି ରାୟ ଦେଇଛନ୍ତି ହାଇକୋର୍ଟ । ଅର୍ଥାତ ଓସେପାର ମେରିଟ ଲିଷ୍ଟ ଅନୁସାରେ ଶିକ୍ଷକ ନିଯୁକ୍ତି ହେବ ବୋଲି ହାଇକୋର୍ଟ ସ୍ପଷ୍ଟ କରିଛନ୍ତି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ