Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ହାଇୱା ଓ ବାଇକ୍ ମଧ୍ୟରେ ଧକ୍କା, ଜଣେ ମୃତ, ଦୁଇ ଆହତ

ଲକ୍ଷ୍ମୀପୁର ୨୦/୦୬ .କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ୍ ସଦର ମିନିଷ୍ଟାଡିୟମ ନିକଟସ୍ଥ ଜାତୀୟ ରାଜପଥ ୩୨୬ ରେ ହାଇୱା ଓ ମୋଟର ସାଇକେଲ ମଧ୍ୟ ରେ ଧକ୍କା ହେବାରୁ ବାଇକ ଚାଳକ ଙ୍କ ମୃତ୍ୟୁ ହୋଇଥିବା ବେଳେ ବାଇକ ରେ ବସି ଥିବା ଅନ୍ୟ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଆହତଙ୍କୁ ପ୍ରଥମେ ଲକ୍ଷ୍ମୀପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତି କରି ପ୍ରାଥମିକ ଚିକିତ୍ସା ପରେ କୋରାପୁଟ ଜିଲ୍ଲା ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଛି। ଲକ୍ଷ୍ମୀପୁର ପୋଲିସ ସ୍ବାସ୍ଥ୍ୟ କେନ୍ଦ୍ରରେ ପହଞ୍ଚି ଗୁରୁତରଙ୍କ ପାଇଁ ଆମ୍ବୁଲାନ୍ସ ର ବ୍ୟବସ୍ଥା କରି ସ୍ଥାନାନ୍ତର କରିଛି।ମୃତକ ଜଣକ ହେଲେ ପିପଳପଦର ପଞ୍ଚାୟତ ଅନ୍ତର୍ଗତ ବାରିଗାଁ ର ସାଇବ କଲେସିକା, ସେ ମାଇନ୍ସ ରେ ନିୟୋଜିତ ଥିବା ଏକ ହାଇୱା ରେ ହେଲପର ଭାବେ କାମ କରୁଥିଲେ। ଆହତ ଦୁହେଁ ହେଲେ ପାଣ୍ଡକାପଦର ଗ୍ରାମର ସନ୍ତୋଷ ୱାଡେକା ଓ କୁଟିଙ୍ଗ୍ ଗୁଡ଼ା ଗ୍ରାମର ମଙ୍ଗରାଜ ମାଣ୍ଡିଙ୍ଗା ବୋଲି ଜଣା ପଡିଛି।ଖବର ନେବାରେ ଜଣା ପଡିଚିକି ତିନିଜଣ ଯୁବକ ଓଡ଼ି୧୮ଜି୮୩୨୧ ନମ୍ୱର୍ ଥିବା ଏକ ହିରୋ ଡିଲକ୍ସ ମୋଟର ସାଇକେଲ ଧରି ଜ଼ୀରୋ ପଏଣ୍ଟ ଛକ ରୁ ଲକ୍ଷ୍ମୀପୁର ଅଭିମୁଖେ ମିଲ୍ଲସ ନେବା ପାଇଁ ଆସୁଥିବା ବେଳେ ବିପରୀତ ଦିଗରୁ ଯାଉଥିବା ଓଡ଼ି ୧୦କେ ୫୫୦୯ ହାଇୱା ସହ ଧକ୍କା ହୋଇଥିଲା । ଦୁର୍ଘଟଣା ସ୍ଥଳରୁ କିଛି ଲୋକ ସେମାନଙ୍କୁ ଉଦ୍ଧାର କରି ଲକ୍ଷ୍ମୀପୁର ଡାକ୍ତରଖାନାରେ ଭର୍ତି କରାଇଥିଲେ।ହେଲେ ଡ଼ାକ୍ତର ସାଇବ ର ମୃତ୍ୟୁ ହୋଇଥିବା କହିଥିଲେ।ଖବର ପାଇ ଲକ୍ଷ୍ମୀପୁର ଆଇଆଇସି ସୁଜ୍ଞାନୀ ସାହୁ,ସବଇନ୍ସପେକ୍ଟର ଶାନ୍ତିଲତା ବେହେରା ଡ଼ାକ୍ତର ଖାନାରେ ପହଞ୍ଚି ଏକ ମାମଲା ରୁଜୁ କରିବା ସହ ସ୍ଥାନାନ୍ତର ହୋଇଥିବା ଗୁରୁତର ମାନଙ୍କୁ କୋରାପୁଟ ଜିଲ୍ଲା ମେଡିକାଲ କଲେଜକୁ ନେବା ପାଇଁ ଆମ୍ବୁଲାନ୍ସ ର ବ୍ୟବସ୍ଥା କରିଥିଲେ।ଅପର ପଟେ ସନ୍ତୋଷଙ୍କ ସମ୍ପର୍କୀୟ ଡାକ୍ତରଖାନା ରେ ପହଞ୍ଚି ନଥିବା କାରଣରୁ ଡଳିଆମ୍ୱ ଗ୍ରାମର ସମାଜସେବୀ ନରେନ୍ଦ୍ର ଗରଡା ନିଜେ ଆମ୍ବୁଲାନ୍ସ ରେ ଆହତ ଙ୍କୁ ନେଇ କୋରାପୁଟ ଯାଇଥିଲେ। ସାଇବ କୁଲେସିକା ଙ୍କ ମୃତ୍ୟୁ ଖବର ପାଇ ବାରିଗାଁ ର ଲୋକେ ଲକ୍ଷ୍ମୀପୁର ପହଂଚିଥିଲେ,ମଧ୍ୟାହ୍ନ ୧୨ଟା ସମୟରେ ଦୁର୍ଘଟଣା ହୋଇଥିବା ବେଳେ ରାତ୍ର ୮ଟା ପର୍ଯ୍ୟନ୍ତ ଶବ ବ୍ୟବଚ୍ଛେଦ ମଧ୍ୟ ହୋଇପାରିନାହିଁ,ମୃତକ ଙ୍କ ପରିବାର କୁ କ୍ଷତି ପୂରଣ ଦାବୀ କରି ଥାନା ସମ୍ମୁଖରେ ଗହଳି ଜମାଇ ଥିବା ବେଳେ ଡାକ୍ତରଖାନା ରେ ଶବ ପଡ଼ିରହିଛି, ଯାହା ଜଣାପଡୁଛି ଶୁକ୍ରବାର ହିଁ ଶବ ବ୍ୟବଚ୍ଛେଦ ହୋଇପାରେ ବୋଲି ଆଇଆଇସି ସୂଚନା ଦେଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ